ହେଡଲାଇନସ୍:

ମେଡିକାଲ କଲେଜ ଓ ହସପିଟାଲ,୮୫୦୦ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ  ଓ ୨୦୮ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁବିଧା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର , ୧ା୯- ଜନସାଧାରଣଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ  ଯୋଜନା ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ । ଆର୍ଥିକ ଦୁର୍ବଳ ଶ୍ରେଣୀର  ପରିବାରଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ଏହା ଉଦ୍ଧିଷ୍ଟ ।  ରାଜ୍ୟର ୭୦ ଲକ୍ଷ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଓ ପରିବାରର ମହିଳା  ସଦସ୍ୟଙ୍କ ପାଇଁ ୭ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ । ବିଜୁ କୃଷକ  କଲ୍ୟାଣ ଯୋଜନା , ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର କାର୍ଡଧାରୀ ଏବଂ ଗ୍ରାମାଂଚଳରେ  ବାର୍ଷିକ ୫୦ ହଜାର ଟଙ୍କାରୁ କମ୍ ଓ ସହରାଂଚଳରେ ୬୦ ହଜାର ଟଙ୍କାରୁ କମ୍  ଆୟକାରୀ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି ।  ସାମିଲ ହୋଇଥିବା ପରିବାର ସଦସ୍ୟଙ୍କୁ ରାଜ୍ୟର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ  କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର , ଉପଖଣ୍ଡ ଚିକିତ୍ସାଳୟ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସମେତ ତାଲିକାଭୁକ୍ତ ୨୦୮ ଟି ଘରୋଇ ଡାକ୍ତରଖାନାରେ ବିନା ଦେୟରେ ସମସ୍ତ ଚିକ୍ତିତ୍ସା ସୁବିଧା ମିଳିପାରିବ । 

ଏତଦ୍ବ୍ୟତିତ ରାଜ୍ୟର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ  ସ୍ୱାସ୍ଥ୍ୟକେନ୍ଦ୍ର , ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟକେନ୍ଦ୍ର , ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟମାନଙ୍କରେ ସମସ୍ତ ଲୋକଙ୍କୁ , ବାର୍ଷିକ ଆୟସୀମା ନିର୍ବିଶେଷରେ ଏହି  ଯୋଜନାରେ ମାଗଣା ଚିକିତ୍ସା ସୁବିଧା ମିଳିବ । ସରକାରୀ ମେଡିକାଲ କଲେଜ ଓ ହସପିଟାଲମାନଙ୍କରେ ଏହି ଯୋଜନାରେ ଉପକୃତ କାର୍ଡଧାରୀମାନଙ୍କୁ ମାଗଣା ଚିକିତ୍ସା ସେବା ମିଳିବ ।  ତେବେ ୭୦ ଲକ୍ଷ ପରିବାର ବ୍ୟତିତ ଅନ୍ୟମାନଙ୍କୁ ମେଡିକାଲ କଲେଜ ମାନଙ୍କରେ ପାଥୋଲୋଜିକାଲ ଏବଂ ରୋଗନିରୂପଣ ପରୀକ୍ଷା , କର୍କଟ ରୋଗ ସେବା , ଏମ୍.ଆର୍.ଆଇ , ସିଟି ସ୍କାନ , ଡାୟାଲିସିସ୍ ଆଦିକୁ ଦେୟମୁକ୍ତ କରାଯାଇଛି । ନିରାମୟରେ ବିନାମୂଲ୍ୟରେ ଔଷଧ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ।

0
0
0
s2sdefault