ହେଡଲାଇନସ୍:

ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା


ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍‌କୋ ଭାବରେ କାର୍ଯ୍ୟ କରୁଥିଲେ ଏବଂ ସାର ଶିଳ୍ପରେ ତାଙ୍କର ବିପୁଳ ଅଭିଜ୍ଞତା ରହିଛି । ଶ୍ରୀ ଜେ କେ ପଟେଲ ସୌରାଷ୍ଟ୍ର ୟୁନିଭରସିଟିର ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ନାଇଟ୍ରୋଜେନସ୍‌ ଓ ଫସଫେଟିକ ଫର୍ଟିଲାଇଜର ପ୍ଲାଣ୍ଟଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣରେ ତାଙ୍କର ୩୨ ବର୍ଷରୁ ଅଧିକ କାଳ ଅଭିଜ୍ଞତା ରହିଛି । ପରିଚାଳନାଗତ ଉକ୍ରର୍ଷତା ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧିକୁ ଆଗେଇନେବାରେ ତାଙ୍କର ମଜଭୁତ ପିଛିଲା ରେକର୍ଡ ନିମନ୍ତେ ସେ ସୁପରିଚିତ । ସେ ଭାରତରେ ସର୍ବବୃହତ କମ୍ପ୍ଲେକ୍ସ ସାର କାରଖାନା ପାରାଦୀପ ପ୍ଲାଣ୍ଟର ନେତୃତ୍ୱ ନେଉଥିଲେ ।
ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କୁ ଚେୟାରମ୍ୟାନ ଶ୍ରୀ ସଂଘାନି ସ୍ୱାଗତ କରିବା ସହିତ କହିଛନ୍ତି ଯେ, ଶ୍ରୀ ପଟେଲଙ୍କର ଶିଳ୍ପ ସମ୍ପର୍କିତ ଗଭୀର ଜ୍ଞାନ, ପ୍ରମାଣିତ ରଣକୋ÷ଶଳାତ୍ମକ ଚିନ୍ତନ ଆଭିମୁଖ୍ୟ ରହିଛି ଯାହା ଇଫ୍‌କୋର ଲକ୍ଷ୍ୟସମୂହ ସହିତ ମେଳ ଖାଉଛି । ଏଥିସହିତ ସେ କହିଥିଲେ ଯେ, ବୋର୍ଡ ଦୃଢ ନିଶ୍ଚିତ ଯେ ଶ୍ରୀ କେ ଜେ ପଟେଲ ଇଫ୍‌କୋକୁ ନବସୃଜନ ଏବଂ ମୂଲ୍ୟ ସୃଷ୍ଟି କ୍ଷେତ୍ରରେ ଏକ ନୂତନ ଯୁଗକୁ ଆଗେଇନେବେ ଏବଂ ଇଫ୍‌କୋ ତାହାର ମଜଭୁତ ମୂଳଦୁଆ ଉପରେ ଆଗକୁ ବଢିବା ଜାରି ରଖିବା ସହିତ କୃଷକ ଓ ସମବାୟ ସଂସ୍ଥାଗୁଡିକର କଲ୍ୟାଣ ଦିଗରେ ନିରନ୍ତର କାର୍ଯ୍ୟ କରିବ ।
ଶ୍ରୀ ଦିଲୀପ ସଂଘାନି ମଧ୍ୟ ବିଦାୟୀ ଏମ୍‌ଡି ଡଃ.ୟୁ ଏସ ଅୱସ୍ଥିଙ୍କୁ ଇଫ୍‌କୋ ଓ ସମଗ୍ର ଦେଶରେ କୃଷକ ସମୁଦାୟଙ୍କ ପ୍ରତି ବହୁମୂଲ୍ୟ ଅବଦାନ ଓ ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି ।
ଇୟୁଆର୍‌ସିଆଇଏସ୍‌ଇ ଏବଂ ପ୍ରିମିୟର ଆନ୍ତର୍ଜାତିକ ସମବାୟ ପରିଷଦ ଇଣ୍ଟରନ୍ୟାସନାଲ କୋଅପରେଟିଭ ମନିଟର (ଆଇସିଏ) ଦ୍ୱାରୋ ପ୍ରକାଶିତ ବିଶ୍ୱ ସମବାୟ ମନିଟର (ଡବ୍ଲୁ୍ୟସିଏମ୍‌) ରିପୋର୍ଟ ଅନୁଯାୟୀ ଇଫ୍‌କୋ ବିଶ୍ୱର ୧ ନମ୍ବର ମାନ୍ୟତାପ୍ରାପ୍ତ ସମବାୟ (ଜିଡିପି ପ୍ରତି ଅବଦାନ ଅନୁପାତ ଦୃଷ୍ଟିରୁ) ହୋଇଛି ।

0
0
0
s2sdefault