ହେଡଲାଇନସ୍:

ଉପ-ଜିଲ୍ଲାପାଳ ଙ୍କୁ ନୂତନ ଧାନ ବିକ୍ରି ପଞ୍ଜିକରଣ ପ୍ରସଙ୍ଗରେ ଦାବିପତ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ରାଜବୋଡାସମ୍ବର କୃଷକ ସଂଗଠନ ପ୍ରତିନିଧି ମଣ୍ଡଳୀ ଏବଂ ଉପ-ଜିଲ୍ଲାପାଳ ସହିତ ଏକ ଘଣ୍ଟା ଧରି ନୂତନ ଧାନ ବିକ୍ରି ପଞ୍ଜିକରଣ ପ୍ରସଙ୍ଗରେ ଆଲୋଚନା ହୋଇଅଛି। ସଂଗଠନ ତରଫରୁ ଏହି ନୂତନ ପଞ୍ଜିକରଣ ବ୍ୟବସ୍ଥା ରେ ଅନେକ ତ୍ରୁଟି ବା ଅସମ୍ଭବ ଆବଶ୍ୟକ କାଗଜପତ୍ର ଦରକାର ପଡୁଥିବା ଅଭିଯୋଗ କରିଛନ୍ତି। ଯଦି ସରକାରଙ୍କ ଉଦେଶ୍ୟ ରେ ଚାଷ କରୁଥିବା ଚାଷି ବ୍ୟତୀତ ଅନ୍ୟ କୌଣସି ନକଲି ଚାଷି ପଞ୍ଜିକରଣ ହୋଇପାରିବେ ନାହିଁ ତାହାହେଲେ କେମିତି ରେକର୍ଡ ଧାରୀ ଙ୍କ ମୃତ୍ୟୁ ହୋଇଥିଲେ ସମସ୍ତ ବଂଶୀୟ ଧାନ କାର୍ଡ ତିଆରୀ କରିପାରିବେ ବୋଲି ନିର୍ଦେଶ ଦେଇଛନ୍ତି ? ସେମାନଙ୍କର ବଂଶୀୟ ହକ ଅନୁଯାୟୀ ଜମି ରେ ଅଧିକାର ଥାଇ ପରେ ଏବଂ ଜମି ବିଭାଜନ ରେ ଏମାନଙ୍କ ସହମତି ଆବଶ୍ୟକ ଅଟେ। କିନ୍ତୁ ଯେଉଁ କୃଷକ ଜମି ଚାଷ କରିଥିବ ଏବଂ ଆଗରୁ ସେହି ଜମିରେ ଋଣ ନେଇଥିବ ଓ ବିଗତ ବର୍ଷ ମାନଙ୍କରେ ସୁରୁଖୁରୁରେ ଧାନ ବିକ୍ରି କରିଥିବ ତାହାହେଲେ ସେହି ଚାଷୀଙ୍କୁ କାହିଁକି ହଇରାଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଯଦି ବଂଶୀୟ ତାଲିକା ଅନୁସାରେ ଧାନ କାର୍ଡ ନିର୍ମାଣ କରାଯାଏ ତାହାହେଲେ ଚାଷ କରିନଥିବା ବଂଶୀୟ ଅଧିକାରୀ କାର୍ଡ କେମିତି ତିଆରି କରିବେ ଏବଂ ଅନ୍ୟ ପଟେ ଚାଷ କରି ଥିବା ଚାଷି କାର୍ଡ କରିନପାରିଲେ ସେହି ଧାନ କେଉଁଠାରେ ବିକ୍ରୀହେବ। ଏଣୁ ଏହା ଦ୍ୱାରା ଦଲାଲ ସଂଖ୍ୟା ବୃଦ୍ଧି ପାଇବ, ଚାଷି ଅଣ୍ଡରରେଟ ର ଶିକାର ହେବ, ଋଣ ପରିଶୋଧ କରିପାରିବ ନାହିଁ, ଖାଦ୍ୟ ସଙ୍କଟ ଦେଖା ଦେବ, ଧାନ କ୍ୟୁଣ୍ଟଲ 31 ସହ ପାଣିର ଗାର ପାଲଟିବ ଏବଂ କୃଷି ଅର୍ଥନୀତି ସମ୍ପୂଣ୍ଣ ଭାବେ ପ୍ରଭାବିତ ହେବ। ସେଥିପାଇଁ ଏହି କେନ୍ଦ୍ରିକାରଣ ବ୍ୟବସ୍ଥା ବନ୍ଦ କରାଯାଉ ଏବଂ ସ୍ୱଘୋଷଣା ନାମା ଦେଲେ ଚାଷି ର ପଞ୍ଜିକରଣ କରାଯାଉ ଏବଂ ଯଦି କୌଣସି ଦଲାଲ ବା ଜବରଦସ୍ତ ଅନ୍ୟ ଭାଇ ଏନ୍ୟ ଭାଇଙ୍କ ବିନା ସହମତି ରେ ଧାନ କାର୍ଡ ତିଆରି ପାଇଁ ମିଛ କାଗଜପତ୍ର ଦେଇ ପଞ୍ଜିକରଣ କରେ ତାଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସଂଗଠନ ତରଫରୁ ଲିଖିତ କପି ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି ଓ ଆହୁରୀ ଉଲ୍ଲେଖ କରିଛନ୍ତି ଯେ ଏହି ଚାଷ କାର୍ଯ୍ୟ ଭିଡ଼ ସମୟରେ ସ୍ଵ ଘୋଷଣା ନାମା ବ୍ୟତୀତ କୌଣସି କାଗଜପତ୍ର ଦେଇ ପାରିବୁନାହିଁ। ମଙ୍ଗଳବାର ଦିନ ପର୍ଯ୍ୟନ୍ତ ଏହାର ସମାଧାନ କରାଯାଉ ନ ହେଲେ ଆମେ ରାଜ ରାସ୍ତା କୁ ଉଲ୍ହାଇବା କୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଏହି ଆଲୋଚନା ରେ ଆବାହକ ଅଶୋକ ସାହୁ, ଅଜିତ ଶତପଥି, ପଞ୍ଚାନନ ସାହୁ, ସୁବାସ ସାମନ୍ତରାୟ, କୈଳାଶ ବାରିକ, ରୋହିତ ସାହୁ, ଦହିତ ସାହୁ, ଲିଙ୍ଗରାଜ ପଧାନ, ଅରବିନ୍ଦ ପଣ୍ଡା, ଆନନ୍ଦ ପଧାନ, ସାମନ୍ତ ସାହୁ, ସୁବାସ ପଧାନ, ପ୍ରଭାତ ସାହୁ, ପ୍ରେମରାଜ ସାହୁ, ମହେନ୍ଦ୍ର ସାହୁ, ମୁକେଶ ସାହୁ, କ୍ଷୀରୋଦ ପଧାନ,ମହେନ୍ଦ୍ର ପଧାନ, ଦିଲୀପ ହେହେରା ଏବଂ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର ଏବଂ ଛଅଟି ବ୍ଲକ ର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ପରେ ଉପଜିଲ୍ଲାପାଳ ସ୍ନେହା ଆରଗୁଲ ପଞ୍ଜିକରଣ ବ୍ୟବସ୍ଥା କୁ ସହଜ ଏବଂ ସରଳ କରି ସମସ୍ତ ଚାଷି ଯେମିତି ପଞ୍ଜିକୃତ ହୋଇ ପାରିବେ ସେଦିଗରେ ପଦକ୍ଷେପ ନେବୁ ବୋଲି ପ୍ରତିଶୃତି ଦେଇଛନ୍ତି।

0
0
0
s2sdefault