ଜିଲ୍ଲା ପ୍ରଶାସନ ଓ ଗ୍ରାମ ତରଙ୍ଗ ମଧ୍ୟରେ ନିଯୁକ୍ତି ଭିତ୍ତିକ ଚୁକ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ , ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ ଓ ଗ୍ରାମ ତରଙ୍ଗ ମଧ୍ୟରେ ନିଯୁକ୍ତି ଭିତ୍ତିକ ତାଲିମ୍ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଅଛି।
ଏଥିରେ ଜିଲ୍ଲା ତଥା ରାଜ୍ୟର ୧୮୦ ଜଣ 10th / +2/ITI / Diploma ପାସ୍ ହୋଇଥିବା ଯୁବକ, ଯୁବତୀ ଙ୍କୁ ମାଗଣା ଆବାସିକ ତାଲିମ୍ ତଥା ନିଯୁକ୍ତି ର ସୁଯୋଗ ଯୋଗାଇ ଦିଆଯିବ। ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଓ ଗ୍ରାମ ତରଙ୍ଗ ର ରାଜ୍ୟ ମୂଖ୍ୟ ଶ୍ରୀ ସଞ୍ଜୀବ ମିଶ୍ରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଅଛି । ଏହା ଦ୍ଵାରା ୧୮୦ ଜଣ ଯୁବକ ଯୁବତୀ ଙ୍କୁ Electrical Vechile Maintenance Technician ଓ Hand Held Devices trade ରେ ନିଯୁକ୍ତି ଭିତ୍ତିକ ସ୍ୱଳ୍ପ ମିଆଦି ତାଲିମ୍ ପ୍ରଦାନ କରାଯିବ।
ଅଧିକ ବିବରଣୀ ପାଇଁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରନ୍ତୁ (ଫୋନ୍ - ୯୮୨୭୯୪୬୮୮୪)।

0
0
0
s2sdefault