ବରିଷ୍ଠ ନାଗରିକ ଙ୍କର ଦ୍ୱାରା ବର୍ଷା ହେଲେ ସମ୍ମାନିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରିଷ୍ଠ ନାଗରିକ ଙ୍କର ଆଶୀର୍ବାଦ ନେଇ ନୂତନ ବର୍ଷର ଶୁଭାରମ୍ଭ କଲେ ବର୍ଷା

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧ୍ୟାୟିକା ବର୍ଷା ରଣୀ ସିଂ ବରିହା ଙ୍କୁ ଆଜି ପଦ୍ମପୁର ବରିଷ୍ଠ ନାଗରିକ ମାନଙ୍କ ତରଫରୁ ସମ୍ମର୍ଧିତ କରାଯାଇଛି । ନବବର୍ଷ ଅବସରରେ ପଦ୍ମପୁର ଠାରେ ଶ୍ରୀ ନବୀନ ଚନ୍ଦ୍ର ପାଢ଼ୀ ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏକ ସମାରୋହରେ ମଞ୍ଚ ରେ ବିରାଜମାନ ଥିବା ବରିଷ୍ଠ ନାଗରିକ ତଥା ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଶିକ୍ଷକ ଶ୍ରୀ ବିସିକେସନ ଦୋରା ଓ ଶ୍ରୀ ଲଷ୍ମୀ ନାରାୟଣ ଷଡଙ୍ଗୀ , ବିଶ୍ବମ୍ବର ଗଡତିଆ , କ୍ଷମା ନିଧି ଭୋଇ ଓ ସ୍ବର୍ଗତ ବରିହା ଙ୍କର ବାଲ୍ୟାବନ୍ଧୁ ଶ୍ରୀ ବେଣୁମାଧଵ ଦୋରା , ଶ୍ୟାମା ପଦ ଶିନ୍ହା , ଥବିର ପ୍ରଧାନ ଓ ମଞ୍ଚ ପରିଚାଳନା କରୁଥିବା ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ ପ୍ରଥମେ ମଞ୍ଚରେ ମାଁ ବିନ୍ଧ୍ୟବାସିନୀ ଓ ନୃସିଂହନାଥ ମହାପ୍ରଭୁ ଙ୍କର ପୂଜା କରିବା ପରେ ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଫୋଟୋ ରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ସମସ୍ତ ଅତିଥି ମାନେ ନବନିର୍ବାଚିତ ବିଧାୟିକା , ବର୍ଷା ଙ୍କୁ ସ୍ୱାଗତ କରିବା ସହିତ ସମ୍ମର୍ଧିତ କରିଥିଲେ । ଉପସ୍ଥିତ ନିଜର ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ପ୍ରଣାମ କରି ବର୍ଷା ଆଶୀର୍ବାଦ ଗ୍ରହଣ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ନିଜର ମେଳାପୀ ସ୍ଵଭାଵ ଓ ଗୁରୁଜନ ମାନଙ୍କ ପ୍ରତି ରହିଥିବା ଗଭୀର ଶ୍ରଦ୍ଧା କାରଣରୁ , ସ୍ବର୍ଗତ ବିଧାୟକ ଶ୍ରୀ ବରିହା ଙ୍କୁ ବରିଷ୍ଠ ନାଗରିକ ଓ ବନ୍ଧୁ ବାନ୍ଧବ ଯଥେଷ୍ଟ ସ୍ନେହ ଓ ଶ୍ରଦ୍ଧା କରୁଥିଲେ । ବିଜୟ ବାବୁ ଙ୍କର ଦେହାନ୍ତ ପରେ , ପ୍ରଥମ ନବବର୍ଷ ପାଳନ ଅବସରରେ ଆଜି ଏହି ସଭାରେ ସଭା ପରିଚାଳନା କରୁଥିବା ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ ଙ୍କର ସମେତ ବିଜୟ ବାବୁ ଙ୍କର ଅନେକ ସହପାଠୀ ବନ୍ଧୁ , ଓ ଶିକ୍ଷକ ତଥା ବରିଷ୍ଠ ନାଗରିକ ମାନେ ବିଜୟ ବାବୁ ଙ୍କୁ ମନେ ପକାଇବା ସହିତ ବର୍ଷା ଙ୍କର ସଫଳ ରାଜନୈତିକ ଜୀବନ ପାଇଁ ମନଖୋଲି ଆଶୀର୍ବାଦ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭାରେ ପଦ୍ମପୁର ନଗରପାଳ ଶ୍ରୀମତୀ କଳ୍ପନା ବାଗ ମଧ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault