ଘେଁସ ଠାରେ ବୀରତା ଦିବସ: ସହୀଦ ବୀରଙ୍କୁ ଉଚିତ ମର୍ଯ୍ୟାଦା ମିଳୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଘେଁସ ଠାରେ ସହୀଦ ମାଧୋ ସିଂଙ୍କ ୧୬୫ତମ ଫାଶୀ ଦିବସକୁ ବୀରତା ଦିବସ ଭାବେ ପାଳିତ ହୋଇଯାଇଛି । ଏନେଇ ସନିବାର ଅପରାହ୍ଣରେ ବରଗଡ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଘେଁସ ସ୍ଥିତ ସହୀଦ ସ୍ମୃତିସ୍ତମ୍ଭ ରେ ପୂଜାର୍ଚ୍ଚନା କରାଯାଇ ଏକ ବିଶାଳ ଶୋଭାଯାତ୍ରା ଘେଁସ ଗାଁ ପରିକ୍ରମା କରିଥିଲା । ଉକ୍ତ ଶୋଭାଯାତ୍ରାକୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସଂମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଦିବାସୀ କଲ୍ୟାଣ ସଂଘ ସୋହେଲା ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଭାପତି ଗୋବିନ୍ଦ ବରିହା ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ମେଲଛାମୁଣ୍ଡା ଥାନାଧିକାରୀ ମାନସ କୁମାର ଭୋଇ ମୁଖ୍ୟ ଅତିଥି, ଆଦିବାସୀ ସଂଘର ପ୍ରତିଷ୍ଠାତା ଗୋବର୍ଦ୍ଧନ ଭୋଏ ମୁଖ୍ୟ ବକ୍ତା, ଘେଁସ ଜମିଦାର ପରିବାର ର ଦାୟଦ ଲୋକେଶ୍ୱର ସିଂ, ବରଗଡ ବ୍ଳକ ସଂଘ ସଭାପତି ମାଖୁନୁ ବରିହା, କର୍ମ ବେହେରା, ବିଜେପୁର ବ୍ଳକ ସଂଘ ସଭାପତି ଦୁର୍ଜନ ସିଂ ବରିହା, ଗାଇସିଲଟେ ବ୍ଳକ ସଂଘ ସଭାପତି ଶଶୀଭୂଷଣ ବରିହା, ବରପାଲି ବ୍ଳକ ସଂଘ ସଭାପତି ଧର୍ମରାଜ ସିଂ, ଧନେଶ୍ୱର ସିଂ, ଦୁର୍ଯ୍ୟୋଧନ ଜମିଦାର, ତ୍ରିଲୋଚନ ଭୁଏ, ବରଗଡ ବ୍ଳକ ସଂଘ ସଭାପତି ବାମନ ବରିହା, ଭଟଲି ବ୍ଳକ ସଂଘ ସଭାପତି ଖତୁ ବିଶ୍ୱାଲ, ଅତାବିରା ବ୍ଳକ ସଂଘ ସଭାପତି ବିନୋଦିନୀ ମିର୍ଦ୍ଧା, ପାଇକମାଲ ବ୍ଳକ ସଂଘ ସଭାପତି ନିଲେଶ୍ୱର ଭୁଏ, ନାରାୟଣ ଭୁଏ, ଭେଡେନ ବ୍ଳକ ସଂଘ ମଂଜୁସା ଧରୁଆ, ସୁବର୍ଣ୍ଣପୁର ଜିଲ୍ଳାର ଲବ ଝାଙ୍କର, ଛତିଶଗଡର ରାଜେନ୍ଦ୍ର ସିଂ ଦେଓାନ, ଗୀତାଂଜଳି ଧରୁଆ, ମିଥିଲା ବୁଡେକ, ବିନୋଦିନୀ ନାଏକ, ସଂଜୟ ଜରଜରିଆ, ଗୋପାଲ ଭୋଇ, ଯଜ୍ଞଶ୍ୱର ପଧାନ ପ୍ରମୁଖ ଆମନ୍ତ୍ରୀତ ଅତିଥି ଭାବେ ମଂଚାସୀନ ଥିଲେ । ବୀରତା ଦିବସକୁ ଜାତିୟ ସ୍ତରରେ ପାଳନ କରିବା, ଜମିଦାରଙ୍କ ଘରକୁ ସଂପୂର୍ଣ୍ଣ ପୁନଃରୁଦ୍ଧାର, ବିଶ୍ୱବିଦ୍ୟାଳୟରେ ଗବେଷଣା ପ୍ରତିଷ୍ଠାନ, ଯୁଦ୍ଧ ସମୟରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ସଂଗ୍ରହ କରି ସଂଗ୍ରହାଳୟରେ ରଖାଯାଉ, ଘେଁସର ସହୀଦ ସଂଗ୍ରାମୀ ମାନଙ୍କ ବିରତ୍ୱର ଗାଥାକୁ ପାଠ୍ୟପୁସ୍ତକରେ ସ୍ଥାନୀତ କରାଯିବା ଆଦି ମଂସାସିନ ଅତିଥିଗଣ ଦାବୀ ଉପସ୍ଥାପନ କରିଥିଲେ । ସେହିଭଳି ଚଳିତ ବର୍ଷ ଘେଁସ ହାଇସ୍କୁଲ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ମନ୍ୱର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସଂଘ ପକ୍ଷରୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ସ୍ୱାଧିନତା ସଂଗ୍ରାମୀଙ୍କୁ ସରକାରୀ ସ୍ତରରେ ଉଚିତ ସମ୍ମାନ ମିଲୁ ନଥିବା ନେଇ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା । ସଭାରେ ହାରାହାରୀ ୫ ହଜାର ଆଦିବାସୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସବୁକୁ ବାଲମକୁନ୍ଦ କୁଅଁର, ଧନଂଜୟ ବରିହା, ମଂଟୁ ସାବତ, ଉମାକାନ୍ତ ମଲ୍ଳିକ, କୃଷ୍ଣ ବେହେରା, ଗଣ୍ଡଓାନା ସାଜର ପ୍ରମୁଖ କର୍ମକର୍ତା ସହଯୋଗ କରିଥିବା ବେଳେ ବଲଦେବ ମଲ୍ଳିକ ଧନ୍ୟବାଦ ଅର୍ପଣ କରିଥିଲେ । ଗୋଟିଏ ପଟେ ପ୍ରସାଶନ ତରଫରୁ କାମଚଳା ଭାବେ ଏକ କାର୍ଯ୍ୟାଳୟ ଭିତରେ ବୀରତା ଦିବସ ପାଳନ କରି ନିଜର ଦାୟୀତ୍ୱ ତୁଲାଇ ନେଉଥିବା ବେଳେ ଅନ୍ୟପଟେ ସେହି ସ୍ଥାନରେ ୫ ହଜାର ଆଦିବାସୀ ଏକତ୍ରିତ ମେଳି ହୋଇ ସହୀଦ ମାନଙ୍କ ବିରତା ଦିବସା ପାଳନ କରୁଥିବା ଘଟନାକୁ ନେଇ ଜନ ସାଧାରଣରେ ବିଭିନ୍ନ ଚର୍ଚ୍ଚା ହେଉଛି । ଜନ ସାଧାରଣ ପ୍ରଶାସନର କାର୍ଯ୍ୟକ୍ରମକୁ ନେଇ ଦୁଃଖ ଅନୁଭବ କରୁଥିବା ବେଳେ ଆଦୀବାସି ସଂଘର କାର୍ଯ୍ୟକଳାପକୁ ବେଶ ପ୍ରଂଶସା କରିଛନ୍ତି । ପ୍ରଶାସନ ଆଦୀବାସୀ ସଂଘ ପାଖରୁ ସହୀଦ ମାନଙ୍କୁ ମମ୍ମାନ ଦେବା ଶିଖୁ ବୋଲି ମଧ୍ୟ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

0
0
0
s2sdefault