ଆକ୍ସନ ମୋଡ଼ରେ ବିଧାୟିକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିଧାସଳଖ ଲୋକଙ୍କ ପାଖକୁ ଯାଉଛନ୍ତି , ସରକାରୀ କାର୍ଯ୍ୟର ତଦାରଖ କରୁଛନ୍ତି

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ରଣୀ ସିଂ ବରିହା ବର୍ତ୍ତମାନ ଆକ୍ସନ ମୁଡ଼ରେ । ଆଜି ପାଇକମାଲ ନୃସିଂହନାଥ ପରିସରରେ ଲୁହୁରା ସମାଜ ର ଏକ ସଭାରେ ପାଇକମାଲ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ ଓ ଯୁବ ସଭାପତି ଶ୍ରୀ ଗୌତମ ସିଂ ଙ୍କର ସହିତ ଯୋଗଦେବା ପରେ ପଦ୍ମପୁର ଫେରିବା ବାଟରେ ପଦ୍ମପୁର ଏନ ଏ ସି ର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାର ଙ୍କର ମୁକ୍ତା ଯୋଜନାରେ ଚାଲୁଥିବା କାମ ଗୁଡିକ ତଦାରଖ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ବିଧାୟିକା ଭାବରେ ଶପଥ ଗ୍ରହଣ କରି ପଦ୍ମପୁର ଫେରିବା ପରେ ମାନ୍ୟବର ବିଧାୟିମ8ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ନିଜେ କାମ ସବୁକୁ ବ୍ୟତିଗତ ଭାବରେ ତଦାରଖ କରିବେ । କୋଣସି ପ୍ରକାର ର ଅବହେଳା କୁ କୋଣସି ମତେ ବରଦାସ୍ତ କରିବେ ନାହିଁ । ଆଜି ଅଚାନକ କାମ ହେଉଥିବା ସ୍ଥାନକୁ ପହଂଛି ବିଧ୍ୟାୟିକା କାମ କରୁଥିବା ଶ୍ରମିକ ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ସହିତ ଅଧିକାରୀ ମାନଙ୍କୁ ଜିଛି ନିର୍ଦେଶ ମଧ୍ୟ ଦେଇଥିଲେ ।

0
0
0
s2sdefault