ରାୟଗଡା: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା ୦୩.୦୯.୨୦୨୫ ରିଖ ବୁଧୁବାର ଦିନ ସକାଳ ଘ.୧୧.୦୦ମି ରେ ସ୍ଥାନୀୟ ଉତ୍କଳ ଗୌରବ ମଧୂସୁଦନ ବୈଷୟିକ ଅନୁଷ୍ଠାନ, ରାୟଗଡା ପରିସରରେ ପୋକ୍ସ ଆକ୍ଟ , ଭିକ୍ଟିମ କମ୍ପେନସେସନ ସ୍କିମ ଓ ଏସିଡ୍ ଆକ୍ରାନ୍ତ ପିଡିତା ମାନଙ୍କ ପାଇଁ ଉପଲବ୍ଧ ଥିବା ଆଇନ୍ ସେବା ସମ୍ବନ୍ଧିତ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଥାନାର ଏସ୍.ଡି.ପି.ଓ ଗୌରହରି ସାହୁ, ରାୟଗଡା ଜିଲ୍ଲା ମୁଖ୍ୟ ଚିକିସାଳୟର ଡକ୍ଟର ମମତା ଚୌଧୁରୀ, ରାୟଗଡା ବାର ଆସୋସିଏସନର ଆଇନଜୀବି ବିଶ୍ୱନାଥ ଗନ୍ତାୟତ, ଦେବରାଜ ନାୟକ, ରାୟଗଡା ଉତ୍କଳ ଗୌରବ ମଧୂସୁଦନ ବୈଷୟିକ ଅନୁଷ୍ଠାନ ର ଦାୟିତ୍ୱରେ ଥିବା ପ୍ରିନ୍ସିପାଲ ଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଏସିଡ୍ ଆକ୍ରମଣ ଏକ ଘୃଣ୍ୟ ଓ ନିନ୍ଦନୀୟ କାର୍ଯ୍ୟ ଏଭଳି କାର୍ଯ୍ୟ ପାଇଁ ଦୋଷି ମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହିତ Victim Compensation Act ରେ ଏସିଡ୍ ଆକ୍ରାନ୍ତ ପିଡିତା ମାନଙ୍କ ପାଇଁ ଉପଲବ୍ଧ ଥିବା ଅନୁକମ୍ପା ରାଶି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜର ବକ୍ତବ୍ୟରେ ଭିକ୍ଟିମ କମ୍ପେନସେସନ ସ୍କିମ, ପୋକ୍ସ ଆକ୍ଟ ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇଁ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉତ୍କଳ ଗୌରବ ମଧୂସୁଦନ ବୈଷୟିକ ଅନୁଷ୍ଠାନ, ରାୟଗଡା ର ଛାତ୍ର ଛାତ୍ରୀ ଓ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I
ରାଜ୍ୟ
ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର
- Hits: 8