ବେଲଗୁଣ୍ଠା-:,(ଶିବରାମ ଚୌଧୁରୀ)- -:ଗଞ୍ଜାମ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ପ୍ରହାର ଅନ୍ତର୍ଗତ ବେଲଗୁଣ୍ଠା ପୋଲିସ୍ ଟିମ୍ ପକ୍ଷରୁ ବୁଧବାର ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଶହେ ମିଟର ମଧ୍ୟରେ ରହିଥିବା ଗୁଟକା ଦୋକାନ ଉପରେ ଚଢାଉ କରିଥିଲା।ବରଗାଁ ସ୍ଥିତ ଧରଣିଧର ହାଇସ୍କୁଲ ନିକଟରେ ପୋଲିସ୍ ର ଚଢାଉ ସମୟରେ, ନିଷିଦ୍ଧ ଅଞ୍ଚଳ ମଧ୍ୟରେ ରହିଥିବା ଚାରୋଟି କିରାଣି ଦୋକାନରେ ତମ୍ବାଖୁ ଉତ୍ପାଦ ବିକ୍ରି ହେଉଥିବା ଦେଖି ସେସବୁ ଜବତ କରିଛି। ଏହା ସହିତ କିଛି ଦୋକାନରୁ ମଦ ମଧ୍ୟ ଜବତ କରାଯାଇଛି। ଧାରା ୨୯୨ ବିଏନଏସ ଏବଂ କୋଟପା ଆଇନ ୨୦୦୩ର ଧାରା ୨୪ ଅନୁଯାୟୀ ଚାରି ଜଣଙ୍କ ବିରୁଦ୍ଧରେ ବେଲଗୁଣ୍ଠା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ମଧ୍ୟ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।ଗଞ୍ଜାମ ପୋଲିସ୍ ପ୍ରଥମେ ନିଶାଦ୍ରବ୍ୟ ରୋକିବାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏବେ ତମ୍ବାଖୁ ଜାତ ଦ୍ରବ୍ୟ ଉପରେ ମଧ୍ୟ ଚଢ଼ାଉ ଜାରି ରଖିଛି।
ରାଜ୍ୟ
ବିପୁଳ ପରିମାଣରେ ଗୁଟଖା ଜବତ ।
- Hits: 449











