ଡାବୁଗାଁ ରେ କଂଗ୍ରେସ ର ସଂଗଠନ ସୃଜନ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୩/୦୯/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଜୟନ୍ତିନଗର ଠାରେ କଂଗ୍ରେସ ଦଳ ର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଆଇସିସି ପର୍ଯ୍ୟବେକ୍ଷକ ତଥା ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କଂଗ୍ରେସ କମିଟି ର କାର୍ଯ୍ୟକାରୀ ସଭାପତି ଜେ ଟି କୁସୁମ କୁମାର,ସମ୍ମାନିତ ଅତିଥି ଭାବେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ପିସିସି ପର୍ଯ୍ୟବେକ୍ଷକ କୃଷ୍ଣ ଚନ୍ଦ୍ର କୁଲଦୀପ,କଳାହାଣ୍ଡି ର ସାଂସଦ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ ଓ ପୁଋଷତ୍ତମ ଗୁପ୍ତା ମଞ୍ଚାଷୀନ ଥିଲେ। ମୁଖ୍ୟ ଅତିଥି ଏଆଇସିସି ପର୍ଯ୍ୟବେକ୍ଷକ କଂଗ୍ରେସ ର ଗଡ ଭାବେ ପରିଚିତ ଅବିଭକ୍ତ କୋରାପୁଟ ଜିଲ୍ଲା କୁ ପୁନଃ ସୁସଂଗଠିତ କରି ଦଳ କୁ ଆଗକୁ ନେବାକୁ କର୍ମୀ ମାନଙ୍କୁ କହିଥିଲେ। ବର୍ତମାନ ମଧ୍ୟ ଏ ଅଞ୍ଚଳ ର ଲୋକେ କଂଗ୍ରେସ ଦଳ ଉପରେ ଆସ୍ଥା ଓ ବିଶ୍ୱାସ ରଖିଥିବା ବେଳେ ଆଗାମୀ ନିର୍ବାଚନ ପୂର୍ବରୁ ଦଳ କୁ ତୃଣମୂଳ ସ୍ତରରୁ ଅଧିକ ସଂଗଠିତ କରିବାକୁ କହିଥିଲେ । ଏହି ଅବସରରେ ବ୍ଲକ ସଭାପତି ଭାବେ ପୁନର୍ବାର ଜି ସାଇ ରାଜୁ ଙ୍କୁ ଚୟନ କରାଯାଇଥିଲା। ସେହିପରି ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଭାବେ ଆଶାୟୀ ଥିବା ୧୪ ଜଣ ପ୍ରାର୍ଥୀ ଙ୍କ ଚୟନ କୁ ନେଇ ମତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜୋନ ୧ କଂଗ୍ରେସ ସଭାପତି ପ୍ରକାଶ ପଣ୍ଡା,ଜୋନ ୨ ସଭାପତି ବଇଁଶି ଧର ମାଝୀ, ଜିଲ୍ଲା ସମ୍ପାଦକ ଵାବି ଜେନା, କୂର୍ଶ ପନକା,ସଶିଧର ମାଝୀ,ମୟ ପନକା,ନୁରେନ ତନ୍ତୀ,ଭାଗିରଥି ମାଝୀ, ପୁସ୍ତମ ମାଝୀ,ସତ୍ୟ ପାତ୍ର,ଜଗନ୍ନାଥ ମେହେର,ଜଗ ଭତରା ସହ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

0
0
0
s2sdefault