ବିପଦ ସମୟରେ ପୁଣି ଲୋକଙ୍କ ସାଥିରେ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗତ ରାତିରେ ବରଗଡ ଜିଲ୍ଲା ଅମ୍ଭାଭନା ଗ୍ରାମରୁ , ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅମ୍ବାଭୋନା ଓ ଭୁକ୍ତା ଗ୍ରାମପଞ୍ଚାୟତ ର VRP ସଦସ୍ୟା ମାନେ ଏକ୍ସପୋଜର ଯାତ୍ରା ପୁରୀ ଅଭିମୁଖେ ବାହାରିଥିଲେ । ଆଜି ସକାଳ ପ୍ରାୟ 10 ଘଣ୍ଟା ସମୟରେ ଯାତ୍ରୀତମାନଙ୍କୁ ନେଇ ଯାଉଥିବା ଉକ୍ତ ବସ ଟି ନୟାଗଡ଼ ଜିଲ୍ଲା ବୋଲଗଡ଼ ନିକଟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଖରାପ ହୋଇଯାଇଥିଲା । ବସ ର କର୍ମଚାରୀ ମାନଙ୍କ ଅନେକ ଚେଷ୍ଟା ସତ୍ୱେ ବସ ଟି ଠିକ ହୋଇ ପାରିନଥିଲା । ଏହି ବସ ବାବଦରେ ଭୁବନେଶ୍ୱର ରେ ଥିବା ପଶ୍ଚିମ ଓଡିଶାର ସର୍ବାଧିକ ଜନପ୍ରିୟ ନେତା , ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଜାଣିବା ପରେ ତୁରନ୍ତ ଭୁବନେଶ୍ୱର ରୁ ଘଟଣା ସ୍ଥଳକୁ ବାହାରି ପଡ଼ିଥିଲେ । ଘଟଣା ସ୍ଥଳରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀ ସିଂ ଯାତ୍ରୀ ମାନଙ୍କ ସହିତ କଥାବାର୍ତ୍ତା ହେବା ପରେ ତୁରନ୍ତ ଏକ ଅନ୍ୟ ବସ ଯୋଗାଡ଼ କରିବାର ପ୍ରୟାସ କରିଥିଲେ ଓ ଉକ୍ତ ବସ ଘଟଣା ସ୍ଥଳକୁ ପହଞ୍ଚିବା ପର୍ଯନ୍ତ ପ୍ରାୟ ଦୁଇ ଘଣ୍ଟା ଯାତ୍ରୀ ମାନଙ୍କ ସହିତ ରହିଥିଲେ ଓ ବସ ଟି ଆସିବା ପରେ ସମସ୍ତ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବରେ ଗନ୍ତବ୍ୟ ସ୍ଥଳକୁ ପଠାଇ ଥିଲେ । ଆଜି ଯାତ୍ରୀ ମାନେ ଅତ୍ୟଧିକ କ୍ଲାନ୍ତ ଥିବା କାରଣ ରୁ ବିଧାୟକ ତାଙ୍କୁ ଭୁବନେଶ୍ୱର ରେ ରହିବାର ବ୍ୟସ୍ତତା କରାଇଥିବା ଜଣ ପଡିଛି । ଆସନ୍ତା କାଲି ସମସ୍ତ ଯାତ୍ରୀ ପୁଣି ବସ ଯୋଗେ ନିଜର ଯାତ୍ରା ଆରମ୍ଭ କରିବେ । ଏଠାରେ ସୂଚନାଯୋଗ୍ୟ ଯେ ବସ ଖରାପ ହୋଇଯିବା କାରଣରୁ ଯାତ୍ରୀ ମାନେ ଅତ୍ୟଧିକ ଭାବରେ ମାନସିକ ଚାପ ଓ କ୍ଲାନ୍ତ ଅନୁଭବ କରୁଥିଲେ । ତୁରନ୍ତ ମାନ୍ୟବର ବିଧାୟକ ଙ୍କୁ ନିଜର ପାଖରେ ପାଇ ସବୁ ପ୍ରକାର ସୁ ବ୍ୟବସ୍ଥା କରେଇ ଦେଇଥିବା କାରଣରୁ ବସ ର ସମସ୍ତ ଯାତ୍ରୀ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଥିଲେ ।

0
0
0
s2sdefault