ନବରଙ୍ଗପୁର/ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାର ଟିରଲି ଅମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଆଜି ସପ୍ତ ଦିବସୀୟ ଶିବିରର ଚତୁର୍ଥ ଦିବସରେ ପୋଷ୍ୟ ଗ୍ରାମ ତୀର୍ଲୀ ଅମ୍ବାଗୁଡ଼ାରେ ଡ୍ରେନ୍ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଏବଂ ସାନ୍ ମସିଗାଁ ର ମେଡିକାଲ୍ କର୍ମଚାରୀ ଙ୍କ ମିଳିତ ଆନୁକୁଲ୍ୟରେ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରୋଗ୍ରାମ ଅଫିସର୍ ରାଜୀବ ଜାଲ୍ ଓ ଶ୍ରୀ ମନ୍ମତ କୁମାର ମାଝୀ ଙ୍କ ତତ୍ତ୍ଵାବଧାନରେ ସ୍ଵେଚ୍ଛାସେବୀ ମାନେ ଏକ ଶୋଭଯାତ୍ରାରେ ଗ୍ରାମକୁ ଯାଇଥିଲେ। ପ୍ରଥମେ ଗାଁ ରେ ଥିବା ନର୍ଦ୍ଧମା କୁ ସଫା କରିଥଲେ ଓ ସେଥିରେ ବ୍ଲିଚିଂ ପାଉଡର ପକେଇ ସ୍ୱଚ୍ଛ ସଫାସୁତୁରା କରିଥିଲେ। ଏହାପରେ ପୁରା ଗ୍ରାମର ରାସ୍ତା କୁ ଝାଡୁରେ ପରିଷ୍କାର କରିଥିଲେ। ବାଳିକା ସ୍ଵେଚ୍ଛାସେବୀ ଓ ଆଶା ମାନଙ୍କ ମିଳିତ ସହଯୋଗରେ ଝିଅ ମାନଂକ ପାଇଁ ନେପ କିନ ବଣ୍ଟନ କରାଯାଇଥିଲା। ଉକ୍ତ ସେବାକାର୍ଯ୍ୟ କୁ ଗ୍ରାମ ବାସୀ ମାନେ ବହୁତ୍ ପ୍ରସଂସା କରିଥଲେ।ସାନ ମସି ଗାଁ ମେଡିକାଲ୍ ର ବିପିଏମ୍, କର୍ମଚାରୀ ତଥା ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ବିନୋଦ ବିହାରୀ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ମହାବିଦ୍ୟାଳୟ ର ଅଧ୍ୟାପକ ସୁମନ୍ତ ଵାଘେଲ୍, ଶ୍ରବଣ ପୂଜାରୀ ତଥା ଅଧ୍ୟାପିକା ଜିବିବି ରଞ୍ଜିତା ଓ ସୁଲୋଚନା ନାୟକ ସହଯୋଗ କରିଥିଲେ।
ରାଜ୍ୟ
ମଡେଲ ଡିଗ୍ରୀ କଲେଜ ତରଫରୁ ପୋଷ୍ୟ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ
- Hits: 269