କେନ୍ଦୁଝର ଭାଜପାର ଜିଲ୍ଲାପଦାଧିକାରୀଙ୍କୁ ନେଇ ସାଙ୍ଗଠନିକ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଥସ୍ତର ରୁ ଲୋକଙ୍କୁ ଭାଜପା ର କାର୍ଯ୍ୟଧାରା ଏବଂ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ବାର୍ତ୍ତା ପହଂଚିବାକୁ ପରାମର୍ଶ

କେନ୍ଦୁଝର (ପାର୍ଥସାରଥୀ ଷଡ଼ଙ୍ଗୀ)- ଆଗାମୀ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଉପଲକ୍ଷେ କେନ୍ଦୁଝର ଭାଜପା ର ଏକ ଜରୁରୀ ବୈଠକ ସହ ଆଗାମୀ ରଣନୀତି ସମ୍ପର୍କ ରେ ଜିଲ୍ଲାର ସମସ୍ତ ମଣ୍ଡଳର ସଭାପତି, ସଂପାଦକ ଏବଂ ଜିଲ୍ଲା ର ସମସ୍ତ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଭାଜପା ର ସାଧାରଣ ସଂପାଦକ ଶ୍ରୀଯୁକ୍ତ ଗୋଲକ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଆଗାମୀ ନିର୍ବାଚନୀ ପରିପ୍ରେକ୍ଷୀରେ କିଭଳି ଜିଲ୍ଲା ର ସମସ୍ତ ୬ଟି ବିଧାନସଭା ଓ ଲୋକସଭା ଆସନ ଜିତିବାକୁ ଗୁରୁମନ୍ତ୍ର ଦେବା ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସବିଶେଷ ତର୍ଜ୍ଜମା ପୂର୍ବକ ପରାମର୍ଶ ଦେଇଥିଲେ | ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆଗକୁ କିଭଳି ବୁଥସ୍ତର ରୁ ଲୋକଙ୍କୁ ଭାଜପା ର କାର୍ଯ୍ୟଧାରା ଏବଂ କେନ୍ଦ୍ର ସରକାର ମୋଦୀ ଜି ଙ୍କ ଲୋକାଭିମୁଖୀ ଯୋଜନା ର ସଫଳତା ବିଷୟ ରେ ଅବଗତ କରାଇବା ସହ ସାଧାରଣ ଲୋକଙ୍କୁ ଭାଜପା ର ନିକଟତର କିପରି କରାଯିବ ସେ ବିଷୟ ରେ କାର୍ଯକର୍ତ୍ତାଙ୍କୁ ମାର୍ଗଦର୍ଶନ କରିଥିଲେ ।

ଏହି ବୈଠକ ରେ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଅଧ୍ୟକ୍ଷତା କରିଥିଲେ। ଏହି ବୈଠକ ରେ ଜିଲ୍ଲା ଲୋକସଭା ଦାୟିତ୍ଵରେ ଥିବା ରାଜ୍ୟ ତରଫରୁ ଶ୍ରୀଯୁକ୍ତ ସଞ୍ଜୀବ ମହାନ୍ତି, ରାଜ୍ୟ ଭାଜପା ପ୍ରବକ୍ତା ବରିଷ୍ଠ ନେତା ସତ୍ୟବ୍ରତ ପଣ୍ଡା, ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ଓ ଚମ୍ପୁଆ ବିଧାନସଭା ର ବରିଷ୍ଠ ନେତା ଡ଼ ମୁରଲୀ ମନୋହର ଶର୍ମା, ଆନନ୍ଦପୁର ବିଧାନସଭା ନେତା ଆଲୋକ ସେଠି, ରାଜ୍ୟ କାର୍ଯକାରିଣୀ ସଦସ୍ୟ ଦିଲ୍ଲୀପ ମିଶ୍ର, କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଶ୍ରୀମତୀ କିରଣବାଳା ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ସମସ୍ତ କାର୍ଯ୍ୟକର୍ତ୍ତା ଏକାଠି ହୋଇ ଆଗାମୀ ଦିନରେ ଭାଜପା କୁ ଜିଲ୍ଲା ରେ ଅଧିକ ଶକ୍ତିଶାଳୀ କରି ସମସ୍ତ ୬ଟି ବିଧାନସଭା ଓ ଲୋକସଭା ଆସନ ଜିତିବାକୁ ବଦ୍ଧପରିକର ହେବା ସହ ଆଗାମୀ ରଣନୀତି କୁ ଆହୁରି ଶାଣିତ କରି ନିଜ ନିଜ ବୁଥ ସ୍ତର ରୁ ମଣ୍ଡଳ ପର୍ଯ୍ୟନ୍ତ ଅଧିକ ଶକ୍ତିଶାଳୀ କରିବା ପାଇଁ ଶପଥ ନେଇଥିଲେ।

0
0
0
s2sdefault