ସାରସକଣା ରୁ ବନ ବିହାରି ମହାପାତ୍ର: ଆଗାମୀ ହେବାକୁ ଯାଉଥିବା ନିର୍ବାଚନକୁ ଆଖିଆଗରେ ରଖି ବିଜୁ ଯୁବ ଜନତା ଦଳ ପକ୍ଷରୁ ତିନି ଯୁବ ନେତାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି | ରାଜ୍ୟଯୁଵ ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ସାରସ କଣା ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ଭାବେ ମଣି ଶଙ୍କର ବାରିକଙ୍କୁ ଦାଇତ୍ୱ ମିଳିଛି | ସେ ବର୍ତମାନ ଝାରପୋଖରିଆ ପଞ୍ଚାୟତ ର ନାଏଵ ସରପଞ୍ଚ ଅଛନ୍ତି | ସେହିପରି ମିହିର କୁମାର ଘୋଷ ଙ୍କୁ ସାରସକଣା ବ୍ଲକ ବିଜୁଜନତା ଦଳର ଯୁବ ସଭାପତି ଦାୟିତ୍ୱ ମିଳିଛି | ସେ ମଧ୍ୟ ସାରସକଣା ବ୍ଲକର ବର୍ତ୍ତମାନ ଭାଇସ୍ ଚେୟାରମେନ ଅଛନ୍ତି | ସେହିପରି ଵିରେନ କୁମାର ଦାସ ଙ୍କୁ ଜେନେରାଲ ସେକେଟ୍ରେରୀ ଦାୟିତ୍ୱ ଦିଆଯାଇଛି | ତେବେ ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ଆଗ ଧାଡିରଯୁବ ନେତା ଭାବରେ ବେଶ୍ ଲୋକପ୍ରିୟ ଥିଲେ | ତେବେ ଆଗାମୀ ଦିନରେ ଏହି ତିନି ଯୁବ ନେତାଙ୍କ ସାଙ୍ଗଠନିକ ନିଯୁକ୍ତି ଦଳକୁ କେତେ ସୁଦୁଢ କରିବ ତାହା ଦେଖିବାକୁ ବାକି ରହିଲା |
ରାଜ୍ୟ
ସାରସକଣା: ବିଜୁ ଯୁବ ଜନତା ଦଳ ପକ୍ଷରୁ ତିନି ଯୁବ ନେତାଙ୍କୁ ଗୁରୁଦାୟିତ୍ୱ
- Hits: 402