ମେଲଛାମୁଣ୍ଡା,୨୩/୧୨(ମନୋଜ ଭୋଇ)- ବର୍ତମାନ ଡିଜିଟାଲ ଦୁନିଆରେ ସାଇବର ଠକଙ୍କ ପ୍ରର୍ଦୁଭାବ ବଢିଚାଲିଛି । ସାଇବର ଠକମାନେ ନିରିହ ଜନସାଧାରଣଙ୍କୁ ଫୋନ ଜରିଆରେ ଟଙ୍କାର ଲାଲସା ଦେଖାଇ ନିମିସକ ମଧ୍ୟରେ ଜମା ଖାତାରୁ ଟଙ୍କା ଗାଏବ କରି ନେଉଛନ୍ତି । ଏହି ଠକେଇରେ ସମସ୍ତ ଶିକ୍ଷିତ, ଅଶିକ୍ଷିତ ଜମାକାରୀ ଶିକାର ହେଉଛନ୍ତି । ଏହି ସବୁ ଠକେଇରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଦିପ୍ତିପୁରସ୍ଥିତ ଏସବିଆ ତରଫରୁ ଡ୍ରାମା ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ମେଲଛାମୁଣ୍ଡା ଜଗନ୍ନାଥ ମନ୍ଦିର ସମମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଶାଖା ପରିଚାଳକ ପ୍ରଦୀପ ବୁଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ମେଲଛାମୁଣ୍ଡା ସିଏସବି ପରିଚାଳିକା ରଶ୍ମିରେଖା ପଣ୍ଡା କାର୍ଯ୍ୟକ୍ରମଟିକୁ ପରିଚାଲନା କରିଥିଲେ । ଶତାଧିକ ପୁରୁଷ, ମହିଲା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉପସ୍ଥିତ ଜନସାଧାରଣ ଏସବିଆଇର ସଚେତନତା କାର୍ଯ୍ୟକ୍ରମକୁ ବେଶ ପ୍ରଂଶସା କରିଥିଲେ ।
ରାଜ୍ୟ
ଦିପ୍ତିପୁର ଏସବିଆଇ ତରଫରୁ ସଚେତନତା କାର୍ଯ୍ୟକ୍ରମ
- Hits: 668