ଉସ୍କୀ ଆଶ୍ରମ ବିଦ୍ୟାଳୟ ଠାରେ ଆଜି ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଉସ୍କୀ ଆଶ୍ରମ ବିଦ୍ୟାଳୟ ଠାରେ ଆଜି ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଚେୟାରପର୍ସନ ଶ୍ରୀମତୀ ଲେତ ଜେରାଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଚାକିଡି କ୍ଲଷ୍ଟର ସିଆରସିସି ଖିତିଶ୍ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବାନନ୍ଦ ନାୟକ ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆସିଥିବା ନିର୍ଦ୍ଦେଶ ମୁତାବକ ଅଭିଭାବକ ଗଣଙ୍କୁ ଓଡ଼ିଶା ର ସମସ୍ତ ବିଦ୍ୟାଳୟରେ ଚାଲିଥିବା "ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ " ବିଷୟରେ ଅବଗତ କରାଯାଇଥିଲା । "ବାଲ୍ୟବିବାହ କୁ ନା" ବିଷୟରେ ମଧ୍ୟ ଶିକ୍ଷକଗଣ ଅଭିଭାବକ ଙ୍କ ସହ ଆଲୋଚନା କରିଥିଲେ ଓ ଶପଥ ପାଠ କରାଯାଇଥିଲା । ବିଦ୍ୟାଳୟ ର ସହକାରୀ ଶିକ୍ଷକ ପୁରନ ମେହେର ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷକ ଅମିତ୍ ଖୁଣ୍ଟିଆ ଓ ବାଲାଇ ରାଉତ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଗ୍ରାମର ୱlର୍ଡ ମେମ୍ବର ସହ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗଣ ଉପସ୍ଥିତ ରହିଥିଲେ ।

0
0
0
s2sdefault