ବରଗଡ :- ପାଖେଇ ଆସୁଛି ପଦ୍ମପୁର ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ତାରିଖ । ଭୋଟ ଭିକ୍ଷା ଓ ପ୍ରଚାର ରେ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଆଗରେ ରହିଛନ୍ତି ବିଜୁ ଜନତା ଦଳ ର ପ୍ରାର୍ଥୀ ବର୍ଷା ରଣୀ ସିଂ ବରିହା । ପ୍ରତ୍ୟେକ ଦିନ ସକାକୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ ବାହାରି ପଡନ୍ତି ନିଜର ପ୍ରଚାର ପାଇଁ । ଏହି କ୍ରମରେ ଆଜି ବର୍ଷା ଙ୍କର ପାଇକମାଲ ଯୋନ 2 ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର ପ୍ରାୟ 70 ଖଣ୍ଡ ଗ୍ରାମରେ ଧୂଆଁଧାର ପ୍ରଚାର ର କାର୍ଯ୍ୟକ୍ରମ ରହିଛି । ଆଜି ସକାଳେ ବର୍ଷା କେରମେଲାବାହାଲ ଗ୍ରାମ ପଞ୍ଚାୟତର ବିଜାଡ଼ିହି ଗ୍ରାମର ନିଜର ପ୍ରଚାର ଆରମ୍ଭ କରିଥିଲେ । ବିଜୁ ମହିଳା ଜନତା ଦଳର ଅଧ୍ୟକ୍ଷା ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଆଜିର ବର୍ଷା ଙ୍କର ପ୍ରଚାର କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ଶ୍ରୀମୟୀ ମିଶ୍ର , ଓଡିଶା ମୋ ପରିବାର ଉପଦେଷ୍ଟା ତଥା ଅନ୍ୟତମ ପର୍ଯ୍ୟବେକ୍ଷକ ଡ଼ ସୁରେନ୍ଦ୍ରନାଥ ମହାପାତ୍ର, ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବିଜାଡ଼ିହି ଠାରୁ ବର୍ଷା ପଲସଦା ପଞ୍ଚାୟତ , କେରମେଲାବାହାଲ ର ବିଭିନ୍ନ ଗ୍ରାମ ବୁଲି ପ୍ରଚାର କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ କେରମେଲାବାହାଲ ହେଉଛି ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ପୈତୃକ ଗ୍ରାମ । ଏହି ଗ୍ରାମରେ ଅୟୋଜିତ ଏକ ନିର୍ବାଚନୀ ସଭାରେ ବର୍ଷା କହିଥିଲେ ଯେ ଏହି ମୁଁ ଏହି କେରମେଲାବାହାଲ ର ଝିଅ , ମୋର ଜନ୍ମ ଏହିଠାରେ , ମୋର ବାପାଙ୍କ ଗାଁ କେରମେଲାବାହାଲ , ଆପଣ ମାନଙ୍କ ସେବା କରିବା ପାଇଁ ମତେ ଗୋଟେ ସୁଯୋଗ ଦିଅନ୍ତୁ । ଆପଣ ଯେମିତି ମୋର ବାପା ଙ୍କୁ ଆଶୀର୍ବାଦ କରୁଥିଲେ ମତେ ମଧ୍ୟ ସେହିଭଳି ଆଶୀର୍ବାଦ କରିବେ ବୋଲି ମୁଁ ଆପଣଙ୍କ ଆଶୀର୍ବାଦ ଚାହୁଁଛି । ଜନ୍ମମାଟି ରେ ମହିଳା ମାନେ ସବୁ ଗ୍ରାମରେ ବର୍ଷା ଙ୍କୁ ଭବ୍ୟ ସ୍ୱାଗତ କରୁଥିବା ବେଳେ ଆଜିକାର ପରିସ୍ଥିତି ଅନୁସାରେ ବର୍ଷା ଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗୁଛି ।
ରାଜ୍ୟ
ନିଜ ଗାଁ ରେ ପ୍ରଚାର କଲେ ବର୍ଷା
- Hits: 2183