ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦୃଢ ଦାବି : ହୀନ ଚକ୍ରାନ୍ତକାରୀଙ୍କୁ କଡ୍ଡା ଜବାବ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ ) ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ଉଦ୍ୟମ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧୁପୁର ଗ୍ରାମ ପଞ୍ଚାୟତ ୱାର୍ଡ ନଂ-2 ଅନାବାଦୀ ଜାଗା ପ୍ଲଟ ନଂ-661 ଏବଂ ଖାତା ନଂ-2200 ରେ ନିଶ୍ଚିନ୍ତକୋଇଲି ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ଅନୁମତି କ୍ରମେ ମହିଳା ମାନଙ୍କ ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି l ତେବେ ସ୍ୱୟଂ ଗୋଷ୍ଠି ମହିଳା ଏବଂ ଗ୍ରାମବାସୀ ଙ୍କ ଦାବି ପରେ ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ଉଦ୍ୟମ କ୍ରମେ ଏହି କାର୍ଯ୍ୟ ସଫଳ ହେବାକୁ ଯାଉଛି l କିନ୍ତୁ କିଛି ହୀନ ଚକ୍ରାନ୍ତକାରୀ ମାନେ ବିକାଶମୂଳକ କାର୍ଯ୍ୟ ବନ୍ଦ କରିବା ପାଇଁ ଜୋରଦାର ପ୍ରୟାସ କରିଛନ୍ତି l ଯାହାର କଡ୍ଡା ଜବାବ ରଖିଛନ୍ତି 30 ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ସଂଘ ସଭାପତି, ସମ୍ପାଦକ ଏବଂ ସମସ୍ତ ସଭ୍ୟା ମାନେ  l ତେବେ ଏହି ଜାଗା ବନ୍ଧୁପୁର ଗ୍ରାମ ପଞ୍ଚାୟତ ଭାବରଚାନ୍ଦ ରୁ ପଳାସ ମଧ୍ୟରେ ଅତ୍ୟନ୍ତ ପ୍ରଶସ୍ତ ଜାଗା , ଗ୍ରାମର ମଧ୍ୟସ୍ଥଳୀ ଯାହାଫଳରେ ଯେକୌଣସି ସଭା ସମିତି କାର୍ଯ୍ୟକ୍ରମ ହେଉ ଏହି ଜାଗା ଅତ୍ୟନ୍ତ ସୁନ୍ଦର ଅଟେ l ତେବେ ଏହି ଜାଗାରେ ମହିଳା ସ୍ୱୟଂ ଗୋଷ୍ଠି ଗୃହ ନିର୍ମାଣ ପାଇଁ 30 ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠି ମହିଳା ଏବଂ ଗ୍ରାମବାସୀ ମାନେ ଦୃଢ ଦାବି କରିଛନ୍ତି l ଅପରପକ୍ଷରେ ପଞ୍ଚାୟତ ମହାସଂଘର ସଭାପତି ସୌଦାମିନୀ ସୂତାରୁ ଙ୍କୁ ସଭାପତି ପଦରୁ ଇସ୍ତଫା ଦିଆଆଉ ବୋଲି ସମସ୍ତ ସ୍ୱୟଂ ଗୋଷ୍ଠି ମହିଳା ମାନେ ଦୃଢ ଦାବି କରିଛନ୍ତି l ତେବେ ବନ୍ଧୁପୁର ଖେଳପଡିଆ ନିକଟସ୍ତ ୱାର୍ଡ ନଂ-2 ରେ ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ପୁର୍ନବାର ଆରମ୍ଭ କରିବା ପାଇଁ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ମାନେ ଦୃଢ ଦାବି କରିଛନ୍ତି l ତେବେ ନିଶ୍ଚିନ୍ତକୋଇଲି ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ ଏହି ଘଟଣାର ତଦନ୍ତ ପୂର୍ବକ ଉକ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅନୁମତି ପ୍ରଦାନ କରିବା ପାଇଁ ଦୃଢ ଦାବି ହୋଇଛି l

0
0
0
s2sdefault