ହେଡଲାଇନସ୍:

ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଗ୍ରୋ ୱିଥ୍ ନେଚର୍ ସହଯୋଗିତାରେ ସୁକିନ୍ଦା କ୍ରୋମାଇଟ୍ ଖଣିରେ ‘ପକ୍ଷୀ ଦର୍ଶନ ଅଧିବେଶନ’ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ ସୁକିନ୍ଦା: ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଗ୍ରୋ ୱିଥ୍ ନେଚର୍ ସହଯୋଗରେ ବୁଧବାର ଦିନ ସୁକିନ୍ଦା କ୍ରୋମାଇଟ୍ ଖଣିରେ ବିଶିଷ୍ଟ ପକ୍ଷୀ ବିଜ୍ଞାନୀ ଡକ୍ଟର ଜୁଷ୍ଟୁସ୍ ଜୋସୁଆ ଏବଂ ଗ୍ରୋ ୱିଥ୍ ନେଚର୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ତଥା ବନ୍ୟଜନ୍ତୁ ଓ ଜୀବଜଗତ ଗବେଷଣା ଜୀବବିଜ୍ଞାନୀ ମିସ୍ ଗାୟତ୍ରୀ ଦେବୀଙ୍କ ସହ ଏକ ପକ୍ଷୀ ଦର୍ଶନ ଅଧିବେଶନ (ବାର୍ଡ ୱାଚିଂ ସେସନ୍‌) ଆୟୋଜନ କରାଯାଇଥିଲା ।
ପକ୍ଷୀ ପ୍ରେମୀ ଭାବେ ପରିଚିତ ଏବଂ ଝାଡ଼ଖଣ୍ଡରେ ପକ୍ଷୀମାନଙ୍କ ଉପରେ ଏକ ପୁସ୍ତକ ରଚନା କରିଥିବା ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଡେପୁଟି ଡାଇରେକ୍ଟର ଜେନେରାଲ୍ (ଡିଡିଜି) ଶ୍ରୀଯୁକ୍ତ ଏ ଟି ମିଶ୍ରଙ୍କୁ ମଧ୍ୟ ଏହି ଅଧିବେଶନରେ ଦେଖିବାକୁ ମିଳିଥିଲା । ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍‌ର ପରିଚାଳାନା ନିର୍ଦେଶକ ଶ୍ରୀଯୁକ୍ତ ପଙ୍କଜ ସତିଜା ଏବଂ ଟିଏସ୍‌ଏମ୍‌ଏଲ୍‌ର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ବଡ଼ ଉତ୍ସାହର ସହିତ ଏହି ଅଧିବେଶନରେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରକୃତି ପ୍ରେମୀମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ସ୍କୁଲ ଛାତ୍ରଛାତ୍ରୀ ଏବଂ ପରିବାର ସଦସ୍ୟମାନଙ୍କ ସମେତ ପ୍ରାୟ ୫୦ ଅଂଶଗ୍ରହଣକାରୀ ଏହି ଅଧିବେଶନରେ ଭାଗ ନେଇଥିଲେ ଯେଉଁଥିରେ ୨୦ ପ୍ରକାରର ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିଲା ।
ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ ପକ୍ଷୀମାନଙ୍କ ଉପସ୍ଥିତିରେ ରୋମାଂଚିତ ହୋଇ ଶ୍ରୀଯୁକ୍ତ ଏ ଟି ମିଶ୍ର କହିଛନ୍ତି ଯେ, “ପକ୍ଷୀମାନେ ମୋତେ ସର୍ବଦା ଅନୁପ୍ରାଣିତ କରିଛନ୍ତି । ସେମାନଙ୍କ ସହିତ ସମୟ ବିତାଇବାର କୌଣସି ସୁଯୋଗକୁ ମୁଁ ହାତଛଡ଼ା କରେ ନାହିଁ ଏବଂ ଆଜି ଏଭଳି ବହୁ ପକ୍ଷୀଙ୍କୁ ଦେଖିଥିବାରୁ ମୁଁ ବହୁତ ଖୁସି ମନେ କରୁଛି ।’’
ଏହି ଅଧିବେଶନ ସମ୍ପର୍କରେ ଶ୍ରୀଯୁକ୍ତ ପଙ୍କଜ ସତିଜା କହିଛନ୍ତି ଯେ, “ପକ୍ଷୀ ହେଉଛନ୍ତି ଏକ ସୁସ୍ଥକର ପରିବେଶର ପ୍ରତୀକ । ପରିବେଶରେ ପକ୍ଷୀମାନଙ୍କ ଉଲ୍ଲେଖନୀୟ ଉପସ୍ଥିତିକୁ ଏହି ଅଧିବେଶନରେ ଦେଖିବାକୁ ମିଳିଥିଲା ଏବଂ ପ୍ରତିଥର ଆମେ ଆୟୋଜନ କରୁଥିବା ପକ୍ଷୀ ଦର୍ଶନ ଅଧିବେଶନ ଆମ ସମସ୍ତଙ୍କ ପାଇଁ ଏକ ସୁଖଦ ଅନୁଭବ ।’’
ଡକ୍ଟର ଜୁଷ୍ଟୁସ୍ ଜୋସୁଆ କହିଛନ୍ତି ଯେ, “ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ପକ୍ଷୀମାନଙ୍କୁ ଅଧିକ ଧ୍ୟାନ ଦେବା ଲାଗି ସେମାନଙ୍କ ସମ୍ପର୍କରେ ଉତମ ସୂଚନା ସଂଗ୍ରହ କରିବା ଦରକାର ଯାହା କେବଳ ସେମାନଙ୍କ ସଂରକ୍ଷଣ ପାଇଁ ନୁହେଁ ବରଂ ଜଳବାୟୁ ପରିବର୍ତନ ସମସ୍ୟାକୁ ମୁକାବିଲା କରିବାରେ ସହାୟକ ହେବ ଏବଂ ଶେଷରେ ତାହା ମାନବ ଜାତିର ସୁରକ୍ଷା ପ୍ରତି ସହଯୋଗ ପ୍ରଦାନ କରିବ । ତେଣୁ, ପକ୍ଷୀ ଦର୍ଶନ ମାଧ୍ୟମରେ ନାଗରିକ ବିଜ୍ଞାନୀର ଅଂଶ ଜରିଆରେ ପକ୍ଷୀମାନଙ୍କ ସ୍ଥିତି ବିଷୟରେ ସୂଚନା ଜାଣିବା ହେଉଛି ଏକମାତ୍ର ଉପାୟ ।’’
ଏହି ଅବସରରେ ମିସ୍ ଗାୟତ୍ରୀ ଦେବୀ କହିଛନ୍ତି ଯେ, “ପକ୍ଷୀମାନଙ୍କ ସହିତ ମୋର ଏକ ସ୍ୱତନ୍ତ୍ର ସମ୍ପର୍କ ରହିଛି । ଏହି ଅଧିବେଶନରେ ସେମାନଙ୍କୁ ଦେଖିବା ମୋ ପାଇଁ ସମ୍ପୂର୍ଣ୍ଣ ଆଶିର୍ବାଦ ଏବଂ ଅଭୁଲା ଅନୁଭବ ଥିଲା ।’’

0
0
0
s2sdefault