ହେଡଲାଇନସ୍:

ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ମହିଳା କ୍ୟାଡର ନିହତ, ସର୍ଚ୍ଚ ଅପରେସନ ଜାରି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦଙ୍କ ରିପୋର୍ଟ)-ଦୀର୍ଘ ଦିନର ନୀରବତା ପରେ ପୁଣିଥରେ ମାଓବାଦୀ ମାନେ ଉପସ୍ଥିତି ଯାହିର କରିଛନ୍ତି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ର କନ୍ଦରାଭଟା ନିକଟରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷା ବାହିନୀଙ୍କ ପାଲଟା ଆକ୍ରମଣରେ  ୨ ଜଣ ମାଓ କ୍ୟାଡର ନିହତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଗନ୍ଧମାର୍ଦ୍ଦନ ପାହାଡ଼ର କନ୍ଦରାଭଟା ନିକଟ ଜଙ୍ଗଲରେ ଏସଓଜି ଓ ଡିଭିଏଫ ଯବାନ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଆଜି ଭୋର୍ ସମୟରେ ମାଓବାଦୀମାନେ ପୁଲିସ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ଫଳରେ ପୁଲିସ ଏହାର ପାଲଟା ଜବାବ ଦେଇଥିଲା। ଏହି ଗୁଳି ବିନିମୟରେ ୨ ମାଓ କ୍ୟାଡର ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ୨ଟି ଈନସାସ ରାଇଫଲ ବନ୍ଧୁକ ଅନ୍ୟାନ୍ୟ ଆସବାପତ୍ର ଜବତ କରାଯାଇଛି ।
ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଗତ ୧୫ ଦିନ ତଳେ ୩ ରାଜ୍ୟର ମାଓବାଦୀ ମେଳି ବାନ୍ଧିଥିବା ଖବର ଗୁଇନ୍ଦା ସୂତ୍ରରୁ ମିଳିଥିଲା । ପ୍ରକାଶ ଥାଉକି, ରିପୋର୍ଟ ଲେଖା ହେବାଯାଏ ମାଓ ଏନକାଉଣ୍ଟରକୁ ନେଇ ଏସପି ନିତିନ କୁଶଳକର କିଛି କହିନଥିବା ବେଳେ ଜଣେ ବରିଷ୍ଠ ଅଧିକାରୀ ଏହାକୁ ସ୍ଵୀକାର କରିଛନ୍ତି ।

0
0
0
s2sdefault