ଓଡ଼ଗାଁ,୨୪।୧୧(ଶ୍ରୀକାନ୍ତ କୁମାର ମିଶ୍ର):ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତର ଦୁଇଟି ସ୍ଥାନରୁ ଦୁଇଦିନଧରି ଶାଗୁଆନ ଗଛକାଟି ନେଇଯିବା ପାଇଁ ଦୁର୍ବୃତ୍ତମାନେ ଉଦ୍ୟମ କରୁଥିବାବେଳେ ଓଡ଼ଗାଁ ବନବିଭାଗ କର୍ମଚାରୀମାନେ ପହଞ୍ଚି କାଠଗଣ୍ଡିକୁ ଜବତ କରିଛନ୍ତି।ଏହି ଜବତ କାଠଗାଣ୍ଡିର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସୂଚନା ଅନୁଯାୟୀ ଗତ ମଙ୍ଗଳବାର ଦିନ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ରୋହିବାଙ୍କ ଗ୍ରାମ କୃଷକ ତାଲିମ କେନ୍ଦ୍ର ନିକଟରୁ ଶାଗୁଆନ୍ ଗଛ ଗୁଡ଼ିକୁ ଦୁବୃର୍ତମାନେ କାଟିଦେଇ ନେବାକୁ ଉଦ୍ୟମ କରୁଥିବାବେଳେ ଖବରପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ୧୧ଟି ଶାଗୁଆନ୍ ସାଇଜ୍ ଜବତ କରିଛନ୍ତି।ସେହିପରି ବୁଧବାର ବିଳମ୍ବିତ ରାତିରେ କଦମ୍ୱଝର ବିଟ୍ ନିକଟରୁ ଦୁବୃର୍ତମାନେ ଏକ ଶାଗୁଆନ୍ ଗଛକୁ କାଟି ନେବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ସମସ୍ତ କାଠଗଣ୍ତିକୁ ଓଡ଼ଗାଁ ବନାଞ୍ଚଳକୁ ଅଣାଯିବାସହ ପୃଥକ ପୃଥକଭାବେ ଦୁଇଟି ମାମଲା ରଜୁକରି ତଦନ୍ତ କରାଯାଉଥିବା ଫରେଷ୍ଟର ସନ୍ଧ୍ୟାରାଣୀ ନାୟକ କହିଛନ୍ତି।
ରାଜ୍ୟ
ରୋହିବାଙ୍କର ଦୁଇଟି ସ୍ଥାନରୁ ଶାଗୁଆନ୍ ଗଛ ଲୁଟ୍ : ବନବିଭାଗ ଦ୍ୱାରା ୫୦ ହଜାର ଟଙ୍କାର ଗଣ୍ଡି ଜବତ
- Hits: 303