ହେଡଲାଇନସ୍:

ଗୃପ ସଭାପତିଙ୍କ ଠାରୁ ୪ଲକ୍ଷ ଟଙ୍କା ଲୁଟ ଘଟଣା.:.:ରାଜଧାନୀରୁ ଅଭିଯୁକ୍ତ ମହିଳାଙ୍କୁ ଗିରଫକଲା ଓଡ଼ଗାଁ ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ଗୈାଡପୁଟ ପଞ୍ଚାୟତ ବନ୍ଧସାହି (ହରିଜନ ସାହି) ରଘୁନାଥ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ବ୍ୟାଙ୍କରୁ ରୁଣ ଉଠାଇବା ପାଇଁ ନିଷ୍ପତ୍ତି ନେବାପରେ ପ୍ରମାଣ ପତ୍ର ଦେବାକୁ ଭୁବନେଶ୍ୱର ସାଲିଆ ସାହିରେ ବସବାସ କରୁଥିବା ଗୋଷ୍ଠୀର ସଭ୍ୟା ସ୍ବର୍ଗତ ଜଗନ୍ନାଥ ନାୟକଙ୍କ ସ୍ତ୍ରୀ ନିର୍ମଳା ନାୟକ ଭୁବନେଶ୍ୱରରୁ ଆସି ଗାଁରେ ପହଁଞ୍ଚିଥିଲେ । ଏବଂ ନିଜ କାଗଜ ପତ୍ର ପ୍ରଦାନ କରିବା ପରେ ଭୁବନେଶ୍ୱର ଫେରି ଯାଇଥିଲେ । ହେଲେ ସେ ମନରେ ମନ୍ଦ ଉଦ୍ଦେଶ୍ୟ ରଖି ଗୋଷ୍ଠୀର ଟଙ୍କା କେବେ ଉଠିବ ସେ ନେଇ ସମସ୍ତ ତଥ୍ୟ ସଂଗ୍ରହ କରି ଚାଲିଥିଲେ । ଗତ ଅକ୍ଟୋବର ୨୮ତାରିଖ ଦିନ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଓଡ଼ଗାଁ ଶାଖାକୁ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଗୁମାନୀ ନାୟକ ଓ ସମ୍ପାଦକ ରଞ୍ଜନା ନାୟକ ମଞ୍ଜୁର ରୁଣଅର୍ଥ ୪ଲକ୍ଷ ୧୪ହଜାର ଟଙ୍କା ଉଠାଣ ନିମନ୍ତେ ଆସିଥିବା ବେଳେ ଭୁବନେଶ୍ୱର ସାଲିଆସାହିରେ ରହୁଥିବା ଗୋଷ୍ଠୀର ସଭ୍ୟା ଆବଶ୍ୟକ ନଥାଇ ମଧ୍ୟ ବ୍ୟାଙ୍କରେ ପହଁଚି ଯୋଜନା ଅନୁସାରେ ବାଇକ ଯୋଗେ ଆସି ଅନ୍ୟ ଜାଗାରେ ଛପି ରହିଥିବା ପୁଅ ପାଖକୁ ଟଙ୍କା ଉଠାଣ ସମ୍ପର୍କିତ ସମସ୍ତ ତଥ୍ୟ ଦେଉଥିଲା ‌। ବ୍ୟାଙ୍କରୁ ରଘୁନାଥ ସ୍ଵୟଂ ସହାୟକ ଗ୍ରୃପର ସଭାପତି ଗୁମାନୀ ନାୟକ ଓ ସମ୍ପାଦକ ରଞ୍ଜନା ନାୟକ ସମସ୍ତ ରୁଣଟଙ୍କା ଉଠାଣ କରି ସଭାପତି ଗୁମାନ ନାୟକ ତାଙ୍କ ସ୍ବାମୀଙ୍କ ବାଇକ୍ ଯୋଗେ ଗାଁକୁ ବାହାରିଥିଲେ । ପୂର୍ବ ଯୋଜନା ଅନୁସାରେ ସଭ୍ୟା ନିର୍ମଳା ନାୟକଙ୍କ ପୁଅ କିଛି ଯୁବକଙ୍କ ସହିତ ଗୋଠବଣ ଓ ବନ୍ଧସାହି ମଧ୍ୟରେ ଥିବା ମଶାଣି ରାସ୍ତାରେ ସଭାପତି ଗୁମାନୀଙ୍କ ଠାରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇ ପଳାଇ ଯାଇଥିଲେ । ଏନେଇ ଗୃପ ସଭାପତି ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଓଡ଼ଗାଁ ପୋଲିସ ସଦିଗ୍ଧ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକ କରି ଘଟଣାର ମୁଖ୍ୟ ଅଭିଯୁକ୍ତ ନିର୍ମଳା ନାୟକଙ୍କୁ ରାଜଧାନୀରୁ ଗିରଫ କରି ତାଙ୍କ ଠାରୁ ୪୫ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରିଛନ୍ତି । ଗୁରୁବାର ଦିନ ତାକୁ କୋର୍ଟ ଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଉକ୍ତ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ତୁରନ୍ତ ଧରାଯିବାକୁ ଉଦ୍ୟମ ଜାରି ରହିଛି ବୋଲି ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ କହିଛନ୍ତି ।

0
0
0
s2sdefault