ହେଡଲାଇନସ୍:

ଫେକର କମ୍ପାନୀର ଶ୍ରମିକ ମାରଣ ନୀତି, ମରିବା ପର୍ଯ୍ୟନ୍ତ ଅନଶନରେ ବସିବେ ଦମ୍ପତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମଜଦୁର ସଙ୍ଘ କାହା ହିତରେ :  ଖଣି ମାଲିକ  ନା ଖଟିଖିଆ ମଜଦୁରମାନଙ୍କ ହିତରେ

 ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ (ଶାସକ ପ୍ରଶାସକ) : କାଳିଆ ପାଣି ଖଣି ଅଂଚଳରେ ଥିବା ଫେକର କମ୍ପାନୀରେ ଚାଲିଛି ଶ୍ରମିକ ମାରଣ ନୀତି  | ଦୀପକ କୁମାର ଦାସ ଘର କୁଳିପଶି|  ସେ ଆଜକୁ ୧୪ ବର୍ଷ ହେଲା ଓସ୍ତପାଳ ନିକଟସ୍ତ ଫେକର କମ୍ପାନୀରେ ଡ଼୍ରାଇଭର ରୂପେ କାମ କରିଆସୁଛନ୍ତି |ଗତ ତା ୨୬-୦୪-୨୦୧୮ ରିଖ ଦିନ ତାଙ୍କ ମା ଙ୍କ ଦେହ ହଠାତ୍ ଖରାପ ହେବାଯୋଗୁ ସେ ମା ଙ୍କୁ ନେଇ ମେଡ଼ିକାଲ ଗଲେ|  କିନ୍ତୁ ସେ ବା କାହିଁ ଯାଣନ୍ତି ଯେ ଫେରିଲା ପରେ ଆଉ ଚାକିରି ନଥିବ ବୋଲି ଉକ୍ତ ୨୬.୦୪.୨୦୧୮ରୁ ୨୬.୦୫.୨୦୧୮ ରିଖ ଯାଏଁ ସେ ଡ଼ିଉଟିକୁ ଆସିପାରି ନଥିଲେ | ମେଡ଼ିକାଲ ବ୍ୟସ୍ତତା ଯୋଗୁ ସେ ନିଜର ଛୁଟି ଦରଖାସ୍ତଟି ନିଜ ସାନଭାଇ ହାତରେ ତା୧୦.୦୫.୨୦୧୮ରିଖ ରେ ବିଭାଗୀୟ ଅଫିସର ପ୍ରିତି ରଞ୍ଜନ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ | କିନ୍ତୁ ଦୁଃଖର ବିଷୟ ଉକ୍ତ ଅସୁବିଧା ଟିକୁ ବିଚାରକୁ ନନେଇ ତାଙ୍କୁ କମ୍ପାନୀରୁ ଛଟେଇ କରିଦିଆଯାଇଛି । ଅନେକ ବାର ଲିଖିତ ଓ ମୌ୍ଖିକ ଭୁଲ ମାଗିବା ସତ୍ତ୍ୱେ  ତାଙ୍କୁ ଚାକିରିରୁ ପୁଣି ନିଯୁକ୍ତି ଦିଆଗଲା ନାହିଁ | ଫୁଲ ଆଣ୍ଡ ଫାଇନାଲ ବିଲ ଦିଆଯାଇଛି । ଏଠି ପ୍ରଶ୍ନ ଉଠୁଛି ବିନା ନୋଟିସରେ ତାଙ୍କୁ ଫାଇନାଲ ବିଲ୍ ଦିଆଯାଇଛି କେମିତି ? ଏହାପଛରେ କମ୍ପାନୀ କତ୍ତୂପକ୍ଷ ଙ୍କର କିଛି ସ୍ୱାର୍ଥ ରହିଛି କି? ଅନେକଙ୍କୁ ଅନେକ ବାର ଚାକିରି ପାଇଁ କାକୁତି ମିନତୀ କରି ହତାଶ ହେବାପରେ ଆଜି ସଖାଳୁ ଫେକର କମ୍ପାନୀ  ଫାଟକ ସାମ୍ନାରେ ନିଜର ଜୀବନ ଜୀବିକା ପାଇଁ ଆମରଣ ଅନଶନରେ ସପରିବାରେ ବସିଛନ୍ତି । ଯେପର୍ଯ୍ୟନ୍ତ ନିଯୁକ୍ତି ନ ମିଳିଛି ସେ ପର୍ଯ୍ୟନ୍ତ ମରିଯିବି ପଛେ ଉଠିବି ନାହିଁ ବେଲି ପ୍ରକାଶ କରିଛନ୍ତି ଦୀପକ । ଦୀର୍ଘ ୧୪ ବର୍ଷ କାମ କଲା ପରେ ମିୟମ୍ରାଣ ହୋଇ ଭାଙ୍ଗି ପଡ଼ିଛନ୍ତି । ଆମେ ଏ ବିଷୟରେ ଯେତେବେଳେ ପଚାରିଥିଲୁ କୋହଭରା କଣ୍ଠରେ ସେ କହିଲେ ଏକ ସଭାରେ ଶ୍ରମିକ ନେତା ପ୍ରଫୁଲ ଘଡ଼ାଇ ମହୋଦୟ  ଉଦବୋଧନରେ   କହିଲେ ଯେଉଁ ଶ୍ରମିକ ମାନେ ୧୪ ଦିନ ବିନାକାରଣ ରେ ବା ମଦ ପିଇ କାମକୁ ନଆସନ୍ତି ତାଙ୍କର ବି ରେଜିଷ୍ଟରୁ ନା କଟାଇ ଦିଆଯିବ ଚାକିରିରୁ ଛୁଟି କରାଯିବ । ତେବେ ପ୍ରଶ୍ନ ଉଠୁଛି ସମସ୍ତ ନିୟମ କାନୁନ ବିଚାରକୁ ନନେଇ ଏହାଙ୍କୁ କାହିଁକି ଛଟେଇ କରାଗଲା ?  ଏଠାକାର ମଜଦୁର ସଙ୍ଘ କାହା ହିତରେ ?  ଖଣି ମାଲିକ ଙ୍କ ହିତରେ ନା ଖଟିଖିଆ ମୁଲିଆ ମଜଦୁରମାନଙ୍କ ହିତରେ  ? ଏହା  କଣ ଶ୍ରମିକ ମାରଣ ନିତି ନୁହେଁକି? 

0
0
0
s2sdefault