ହେଡଲାଇନସ୍:

ପାରାଦୀପ ଇଫକୋ ରେଳବାଇ   ସାଇଡ଼ିଂ ପ୍ରକଳ୍ପ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦୀପ, ୨୩ା୮  ଆଜି ପୂର୍ବାହ୍ନରେ  ଭିଡ଼ିଓ କନଫରେନ୍ସିଂ ଜରୀଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଇଫକୋ ରେଳବାଇ  ସାଇଡ଼ିଂ ପ୍ରକଳ୍ପୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଜଗତସିଂହପୁର ଜିଲାପାଳ ଜାମୀନି ଷଡ଼ଙ୍ଗୀ, ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର.ଙ୍କ ସମେତ ରାଜ୍ୟ ସରକାରଙ୍କ ବହୁ ପଦସ୍ଥ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ରେଳବାଇ   ସାଇଡ଼ିଂ କାର୍ଯ୍ୟ ଯଥା ଶୀଘ୍ର ଶେଷ ହେଲାପରେ ସମଗ୍ର ଦେଶକୁ ସଠିକ ସମୟରେ ଇଫକୋ ସାର ପହଞ୍ଚି ପାରିବ । ସେହିପରି ନିର୍ଗୁ ଣ୍ଡିରୁ କୋଇଲା ଆଣିବା ଓ ଗଚ୍ଛିତ ଜିପସମ୍ ବିଭିନ୍ନ ସ୍ଥାନକୁ ପଠାଇବା ସହଜସାଦ୍ଧ୍ୟ ହୋଇପାରିବ । ଏହି ପ୍ରକଳ୍ପ ଶେଷ ହେବାପରେ ପରିବହନ କ୍ଷେତ୍ରରେ ଇଫକୋ ବହୁ ଲାଭବାନ ହେବ ବୋଲି ଇଫକୋ ପାରାଦୀପ ୟୁନିଟ୍ ମୁଖ୍ୟ ଏ.କେ. ପଣ୍ଡା ଏହି ଅବସରରେ ନିଜ ବକ୍ତବ୍ୟରେ କହିଥିଲେ । ଶେଷରେ ଡ଼ିଜିଏମ(ଏଚଆର) ଜି.ସି. ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଓ ଉପସ୍ଥିତ ସମସ୍ତ ଅତିଥମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।  

0
0
0
s2sdefault