ହେଡଲାଇନସ୍:

କା ରେ ଚାଲିଛି ପ୍ରଶାସନ :ଏତେବଡ ଜିଲ୍ଲା, ଦୁଇଟି ଗୁରୁ ଦାୟିତ୍ୱ ଜଣେ ଅଧିକାରୀଙ୍କୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଆରଟିଓ ଦାୟିତ୍ୱ ତୁଲାଉଛନ୍ତି ବାରିପଦା ଉପଜିଲ୍ଲାପାଳ ଆଖତାର, ଲୋକ ହନ୍ତସନ୍ତ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଓଡ଼ିଶାର ସମସ୍ତ ଜିଲ୍ଲାଠାରୁ ବୃହତ୍ତମ ଜିଲ୍ଲା ଏବଂ ଏହା ଏକ ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ଭାବେ ପରିଚିତ । ଜିଲ୍ଲାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ପ୍ରତ୍ୟେକ ଦିନ ଶତାଧିକ ଜନସାଧାରଣ ସେମାନଙ୍କର ବିଭିନ୍ନ ସମସ୍ୟା ଧରି ଏହି ଦୁଇ କାର୍ଯ୍ୟାଳୟକୁ ଆସିଥାନ୍ତି ଓ କାର୍ଯ୍ୟାଳୟର ମୁଖ୍ୟ ଆଞ୍ଚଳିକ ପରିବହନ ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଭେଟି ସମସ୍ୟାଗୁଡ଼ିକୁ  ଉପସ୍ଥାପନ କରାଇଥାନ୍ତି । ମାତ୍ର ରାଜ୍ୟ ସରକାରଙ୍କ ଏହି ଦୁଇ ଗୁରୁତ୍ୱ ପୂର୍ଣ୍ଣ ଓ ବ୍ୟସ୍ତ ବହୁଳ କାର୍ଯ୍ୟାଳୟକୁ ଜଣେ ଅଧିକାରୀ ୭ ମାସ ହେବ ଦାୟିତ୍ୱରେ ରହି ଚଳାଇ ଆସୁଥିବାରୁ ସାଧାରଣ ଜନତା ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ବେଳେ ସରକାରଙ୍କ ଏ ଦିଗରେ ନିଘା ନାହିଁ କି ପଘା ନଥିବାର ପରିଲକ୍ଷିତ ହୋଇଛି । 

            ମୟୂରଭଞ୍ଜ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ଦାଶ ଅବସର ଗ୍ରହଣ କରିବା ପରେ ୨୦୧୭ ଜାନୁଆରୀ ୩୧ଠାରୁ ବାରିପଦା ଉପଜିଲ୍ଲାପାଳ ମହମ୍ମଦ ଅବ୍ଦାଲ୍ ଆଖ୍ତରଙ୍କୁ ଆଞ୍ଚଳିକ ପରିବହନ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଟେକି ଦିଆଯାଇଛି । ଫଳରେ ଏହି ଦୁଇ କାର୍ଯ୍ୟାଳୟକୁ ପୂର୍ଣ୍ଣ ମାତ୍ରାରେ ପରିଚାଳନା କରିବା ସମ୍ଭବ ହୋଇପାରୁ ନଥିବାରୁ ଜନସାଧାରଣ ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପ୍ରାୟ ୩ କି.ମି.ରୁ ଅଧିକ ବ୍ୟବଧାନରେ  ହୋଇଥିବାରୁ କୌଣସି କୂଳରେ ହୋଇପାରୁ ନାହାନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସୁଥିବା ବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବସୁଥିବା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଜନସାଧାରଣ ସାକ୍ଷାତ ନ ପାଇ ଘଣ୍ଟାଘଣ୍ଟା ଅପେକ୍ଷାରେ ରହୁଛନ୍ତି ଏବଂ ଅଧିକାଂଶ ସମୟରେ ସାକ୍ଷାତ ନ ପାଇ ଫେରି ଯିବାକୁ ପଡ଼ୁଛି । ଫଳରେ ଜନସାଧାରଣଙ୍କର ଏହି ପ୍ରକାରର ଅସୁବିଧାରୁ ଦଲାଲ ଅଧିକ ଫାଇଦା ଉଠାଉଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନଦରଦୀ ଶାସନ ବ୍ୟବସ୍ଥା ଜଣେ ଅଧିକାରୀଙ୍କ ହାତରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଜନତାଙ୍କ ଦରଦକୁ ଦ୍ୱିଗୁଣିତ କରାଇ ଦେଉଛି । 

 

0
0
0
s2sdefault