ହେଡଲାଇନସ୍:

ଏଣିକି ଓଡ଼ିଆରେ ଲେଖାହେବ ସବୁ  ସରକାରୀ ବିଦ୍ୟାଳୟଗୁଡ଼ିକର ନାମଫଳକ : ଏକାଭଳି ହେବ ସବୁ ଫଳକର ରଙ୍ଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟଗୁଡ଼ିକର ନାମଫଳକ ଓଡ଼ିଆରେ ଲେଖାହେବା ସହିତ ଏହାର ରଙ୍ଗ ଗୋଟିଏ ପ୍ରକାର ହେବା  ଆବଶ୍ୟକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି | ଏହି ନିର୍ଦ୍ଦେଶନାମାକୁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ ଓ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନର କର୍ତ୍ତୃପକ୍ଷଙ୍କୁ ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି | 

ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟଗୁଡ଼ିକର ନାମଫଳକରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବରେ ବଡ଼ ଅକ୍ଷରରେ ବିଦ୍ୟାଳୟର ନାମ ଲେଖାଯିବ ଏବଂ ଓଡ଼ିଆରେ ଲେଖାଯିବା ପରେ ତଳଧାଡ଼ିରେ ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷାରେ ବିଦ୍ୟାଳୟ ନାମ ତୁଳନାତ୍ମକ ଭାବରେ ଛୋଟ ଅକ୍ଷରରେ ଲେଖାଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛିା ଲେଖାର ପ୍ରଚ୍ଛଦପଟ ଟେରାକୋଟା ରଙ୍ଗର ହେବା ସହ ଅକ୍ଷରଗୁଡ଼ିକ ଧଳା ରଙ୍ଗରେ ଲେଖାଯିବା ପ୍ରତ୍ୟେକ ବିଦ୍ୟାଳୟର ନାମଫଳକ ବିଦ୍ୟାଳୟ ଗୃହର ସମ୍ମୁଖ ଭାଗରେ ସ୍ଥାପିତ ହେବା ସରକାରୀ ଶିକ୍ଷାନୁଷ୍ଠାନମାନଙ୍କର ନାମଫଳକରେ ସରକାରୀ ବିଦ୍ୟାଳୟର ନାମ ଲେଖିବା ସହ କେତୋଟି ଶ୍ରେଣୀରେ ବିଦ୍ୟାଦାନ କରାଯାଉଛି, ବିଦ୍ୟାଳୟଟି କେବେ ପ୍ରତିଷ୍ଠିତ ହୋଇଛି ସେ ସଂପର୍କିତ ବିବରଣୀ ମଧ୍ୟ ଉଲ୍ଲେଖ କରାଯିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ସମାନ ଢାଞ୍ଚାରେ ନାମକରଣ କରିବା ନିମନ୍ତେ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛିା ଏହାକୁ ତୁରନ୍ତ ପାଳନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଭାଗ ଅନ୍ତର୍ଗତ ସମସ୍ତ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦିଆଯାଇଛି 

 

 

0
0
0
s2sdefault