ହେଡଲାଇନସ୍:

ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ପକ୍ଷରୁ ସ୍କୁଲ୍ ବସ୍ ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁନା/ଭୁବନେଶ୍ୱର : ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ) ପକ୍ଷରୁ ‘ପଢେଗା ଭାରତ’ ସିଏସ୍‌ଆର୍ ଯୋଜନା ଅଧିନରେ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍‌ର ବଡକାଳିମାଟିି ଗ୍ରାମ ପଚାଂୟତର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ଆସିବାର ସୁବିଧା ନିମନ୍ତେ ସ୍କୁଲ ବସ୍ ପ୍ରଦାନ କରାଯାଇଛି ।
ଏଏମ୍‌/ଏନ୍‌ଏସ୍ ଇଣ୍ଡିଆର ଡାବୁନା ବେନିଫିକେସନ୍ ପ୍ଲାନ୍ଟ୍‌ର ମୁଖ୍ୟ ଦ୍ୱାରିକାଧୀଶ ଉପାଧ୍ୟାୟ ପତାକା ଦେଖାଇ ସ୍କୁଲ୍ ବସ୍‌ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ୟୁନିଟ୍ ମାନବସମ୍ବଳ ମୁଖ୍ୟ ବନାଜ୍ ଖଟୁଆ, ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ସୁରକ୍ଷା ମୁଖ୍ୟ ଶ୍ରୀଷ ଚରଣ ପୃଷ୍ଟି, ଲିଡ୍ ସିଏସ୍‌ଆର୍ ମଳୟ କୁମାର ପଣ୍ଡା, ବଡକାଳିମାଟି ଡେଭ୍‌ଲପ୍‌ମେଣ୍ଟ ସୋସାଇଟିର ସଭାପତି ବଳଭଦ୍ର ପାତ୍ର ଏବଂ ଅନ୍ୟାନ୍ୟ ସ୍ଥାନୀୟ ପ୍ରତିନିଧି ଆଦି ଉପସ୍ଥିତ ଥିଲେ ।
କମ୍ପାନୀ ଅପରେଟିଙ୍ଗ୍ କରୁଥିବା ଆଖପାଖ ଅଂଚଳରେ ପରିବର୍ତନ ଆଣିବା ପାଇଁ କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛି । ଝିଅମାନଙ୍କ ପାଇଁ ବେଟି-ପଢାଓ ଛାତ୍ରବୃତି ଆରମ୍ଭ କରିବା ସହ କମ୍ଫାନୀ ଏକ ଡିସପେନସରୀ ସ୍ଥାପନା କରିଛି ଏବଂ ଗ୍ରାମବାସୀଙ୍କ ପାଇଁ ମୋବାଇଲ ମେଡିକାଲ୍ ୟୁନିଟ୍ ଏବଂ ଉନ୍ନତ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ମଧ୍ୟ ପ୍ରଦାନ କରିଛି ।

0
0
0
s2sdefault