ହେଡଲାଇନସ୍:

ମହେନ୍ଦ୍ରତନୟା ମହୋତ୍ସବ -୨୦୨୫ ଉଦଯାପିତ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର ମିଶନଶକ୍ତି କାଫେ ସମ୍ମୁଖରେ ଦୁଇ ଦିନ ଧରି ଚାଲିଥିବା ମହେନ୍ଦ୍ରତନୟା ମହୋତ୍ସବ -୨୦୨୫ ଉଦଯାପିତ ହୋଇଯାଇଛି।
ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀଯୁକ୍ତ ପୃଥ୍ଵୀରାଜ ମଣ୍ଡଳ , ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି କେ. ନାଗାରାଜୁ , ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ନାରାୟଣ ବେହେରା , ଗୋଷାଣୀ ବ୍ଳକ ଅଧ୍ୟକ୍ଷ ଏନ୍.ବୀରାରାଜୁ , ଗୋଷାଣୀ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ରଶ୍ମିତା ସାମଲ ଓ ରାଜେନ୍ଦ୍ର କୁମାର ପାଣି ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଅଞ୍ଚଳର ଲୋକକଳା ଓ ଲୋକନୃତ୍ୟ , ସଙ୍ଗୀତ ପ୍ରଭୃତି ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା। ବିଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।

0
0
0
s2sdefault