( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଶନି ମନ୍ଦିର ନିକଟରେ ଯାତ୍ରୀବାହୀ ବସ୍ ଧକ୍କାରେ ନିକଟସ୍ଥ ବାଜପଲୀ ଗ୍ରାମ ର ଜଣେ ଯୁବକ ର ମୃତ୍ୟୁ ଘଟିଛି। ଦିଗପହଣ୍ଡି ନିକଟସ୍ଥ ତୁରୁବୁଡି ଠାରୁ ଭୁବନେଶ୍ଵର ଯାଉଥିବା ବିଣାପାଣି ନାମକ ଏକ ଘରୋଇ ବସ୍ ରାସ୍ତାରେ ଚାଲି ଚାଲି ଯାଉଥିବା ଯୁବକ କୁ ଧକ୍କା ଦେଇଥିଲା। ଯାହା ଫଳରେ ତାର ମୃତ୍ୟୁ ଘଟିଛି ଓ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ବସ୍ କୁ ଅଟକାଇ ରଖିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ଅନୁଧ୍ୟାନ କରୁଛନ୍ତି।
ରାଜ୍ୟ
ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକ ର ମୃତ୍ୟୁ।
- Hits: 13











