ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ) ର “ସ୍କୁଲ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ବିଭାଗର ପ୍ରଫେସର ଓ ଡିନ ପ୍ରଫେସର ଡ଼ଃ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କୁ “ରିସେପିଙ୍ଗ ଏ ଗ୍ରିନର ଫ୍ୟୁଚର” ଶୀର୍ଷକ ଜାତୀୟ ସେମିନାର ଓ ଆୱାର୍ଡ଼ କନକ୍ଲେଭ ଅବସରରେ ତାଙ୍କୁ ସମ୍ମାନ ଜନକ ଏହି “ଇନସ୍ପାଇରିଂ ସିଟିଜେନ୍ସ” ଏୱାର୍ଡ ପ୍ରଦାନ କରାଯାଇଛି ।
ଇନଷ୍ଟିଚ୍ୟୁଟ ଅଫ ସେଲ୍ଫ ରିଲାଏନ୍ସ (ଆଇ.ଏସ.ଆର) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ “ପ୍ରେସ-କ୍ଲବ ଅଫ୍ ଓଡ଼ିଶା” ପରିସରରେ ଅନୁଷ୍ଠିତ ହୋଇଥିଲା।
ରିମୋଟ ସେନସିଂ , ଜିଓଗ୍ରାଫିକ , ଇନଫର୍ମେଶନ ସିଷ୍ଟମ ଏବଂ ବିପଦ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘ କାଳୀନ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଓ ଶିକ୍ଷାଗତ ଅବଦାନକୁ ସ୍ଵୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।
ସେ ଏହି ଅବସରରେ ରିସେପିଙ୍ଗ ଏ ଗ୍ରୀନର ଫ୍ୟୁଚର ୟୁଜିଙ୍ଗ ରୀମୋଟ ସେନସିଂ ଆପ୍ରୋଚ” ବିଷୟରେ ଏକ ଚିନ୍ତନଶୀଳ ଉଲ୍ଲେଖନୀୟ ଭାଷଣ ଦେଇ ପରିବେଶ ସୁରକ୍ଷା , ଜଳବାୟୁ ସହନଶୀଳତା ଓ ସୁସ୍ଥିର ଉନ୍ନତିରେ ଭୁ-ସୁଚନା ପ୍ରଯୁକ୍ତିର ଭୂମିକାକୁ ଉଦଘାଟିତ କରିଥିଲେ ।
ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରଶାସକ , ଶିକ୍ଷାବିତ୍ , ବୈଜ୍ଞାନିକ , ପ୍ରଯୁକ୍ତିବିତ୍ ଓ ନୀତି ନିର୍ଦ୍ଧାରଣ ମାନଙ୍କ ଉପସ୍ଥିତି ଇନଷ୍ଟିଚ୍ୟୁଟ ଅଫ୍ ସେଲଫ୍ ରିଲାଏନ୍ସ ର ସାମାଜିକ ଦାୟିତ୍ଵ , ଉତ୍କୃଷ୍ଟତାର ସ୍ଵୀକୃତି ଓ ଦେଶର ସୁସ୍ଥିର ଏବଂ ସମାବେଶୀ ଉନ୍ନତି ପ୍ରତି ଏହାର ଦୃଢ଼ ପ୍ରତିବଦ୍ଧତା କୁ ପ୍ରତିଫଳିତ କରିଥିଲା।
ରାଜ୍ୟ
ଡ଼ଃ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କୁ ଇନସ୍ପାଇରିଂ ସିଟିଜେନ ଏୱାର୍ଡ ପ୍ରଦାନ
- Hits: 15











