ଶ୍ରୀ ରାଧାରମଣ ଫାଉଣ୍ଡେସନର ୩୬ ତମ ପ୍ରତିଷ୍ଠା ଦିବସ
ପୁରୀ,୧୧/୧ (ଅନିମେଶ ପଟ୍ଟନାୟକ): ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀ ରାଧାରମଣ ଫାଉଣ୍ଡେସନ ର ୩୬ ତମ ପ୍ରତିଷ୍ଠା ଦିବସ ଶନିବାର ଅପରାହ୍ନରେ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ସଦାଶିବ ପରିସରରେ ପାଲିତ ହୋଇଯାଇଛି। ଏହି ଅବସରରେ "ବୈଷ୍ଣବୀୟ ଚେତନାରେ ଶ୍ରୀ ଜଗନ୍ନାଥ' ଶୀର୍ଷକ ଏକ ଜାତୀୟ ସମ୍ପାନ' ଅନୁଷ୍ଠିତ ହୋଇଥିଲା। ବୈଷ୍ଣବ ଚେତନା ଏକ ବ୍ୟାପକ ଚେତନା! ଯାହା ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ବିଶ୍ଵବ୍ୟାପି କରିଥିଲା। ବୈଷ୍ଣବ ଚେତନା ରେ ଉଦବୁଦ୍ଧ ହୋଇ ଏ କ୍ଷେତ୍ରକୁ ନାନକ, କବିର ମିରାବାୟୀ, ଜଗତଗୁରୁ ରାମାନୁଜଚାର୍ୟ, ନିମ୍ବର୍କ ଓ ଶ୍ରୀ ଚୈତନ୍ୟ ମହାପ୍ରଭୂ ଆସି ଜଗନ୍ନାଥ୍ ସଂସ୍କୃତିକୁ ପରିପୃଷ୍ଟ କରିଥିଲେ। କେବଳ ସେତିକି ନୁହେଁ ଓଡ଼ିଶାର ମୂର୍ଦ୍ଧନ୍ୟ ସାଧକ ପଞ୍ଚସଖା ଅଚ୍ୟୁତାନନ୍ଦ , ଅନନ୍ତ, ଯଶୋବନ୍ତ, ବଳରାମ ଦାସ ଓ ଅତିବଡ଼ି ଶ୍ରୀ ଜଗନ୍ନାଥ ଜଗନ୍ନାଥ୍ ଚେତନାରେ ବିଶ୍ବବ୍ୟାପକତା ପ୍ରମାଣିତ କରିଥିଲେ। ସେମାନଙ୍କ ଜ୍ଞାନମିଶ୍ରା ଭକ୍ତି ଓ ଶରୀର ତତ୍ତ୍ଵ ର ଯୌଗିକ ବ୍ୟାଖ୍ୟା ଶ୍ରୀ ଜଗନ୍ନାଥ ଙ୍କ ବିଗ୍ରହରେ ନିହିତ ତାହା ଦର୍ଶାଇଥିଲେ। ପରବର୍ତ୍ତୀ ସମୟରେ ବୈଷ୍ଣବ ଅଗ୍ରଗଣ୍ୟ ବଡବାବାଜୀ ଶ୍ରୀ ଶ୍ରୀ ରାଧାରମଣ ଦେବ ଏହି କ୍ଷେତ୍ରର ଆଧ୍ୟାତ୍ମିକତା ଓ ଚିନ୍ମୟତା ଲୋକ ଲୋଚନରେ ପ୍ରତିପାଦିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ବର୍ତ୍ତମାନ ସମୟରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଶ୍ରୀ ଜଗନ୍ନାଥ ସଂସ୍କୃତି ହେଉଛି ଅନ୍ୟ ଏକ ମାର୍ଗ ବୋଲି ପ୍ରମୁଖ ବକ୍ତାଗଣ ମତ ରଖିଥିଲେ।ଫାଉଣ୍ଡେସନର ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଗୁରୁଚରଣ ଦାସଙ୍କ ସଂଯୋଜନା ରେ ଆୟୋଜିତ ଏହି ଏକ ଦିବସୀୟ ସମ୍ପନରେ ଅନୁଷ୍ଠାନର ସଭାପତି ଡାକ୍ତର ଜଗନ୍ନାଥ୍ ଆଚାର୍ଯ୍ୟ ସଭାପତିତ୍ବ କରିଥିଲେ। ଉତ୍ସବକୁ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରାଳୟ ଅତିରିକ୍ତ ଶାସନ ସଚିବ ବିଶ୍ବରଂଜନ ସାସମଲ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରୁଥିଲେ। ସମ୍ମାନୀତ ଅତିଥି ଭାବରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡଃ ମଳୟ ମିଶ୍ର, ଶ୍ରୀ ମନ୍ଦିର ଛତିଶା ନିଯୋଗ ନାୟକ ଶ୍ରୀ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ପ୍ର ପ୍ରଭାତ କୁମାର ମହାପାତ୍ର, ଶିବାନନ୍ଦ ଆଶ୍ରମର ସ୍ବାମୀ ଗୁରୁପ୍ରସାଦାନନ୍ଦ ସରସ୍ଵତୀ, କୈଳାଶ ଆଶ୍ରମ ଋଷିକେଶ ର ସ୍ବାମୀ ଶିବାନନ୍ଦ ଗିରି , ସ୍ବାମୀ ବ୍ରହ୍ମନିଷ୍ଠାନନ୍ଦଜି ମହାରାଜ ଯୋଗ ଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ନିଜ ନିଜର ମତ ରଖିଥିଲେ । ପ୍ରଥମ ଅଧିବେସନରେ ଇଞ୍ଜିନିୟର ଦିଲ୍ଲୀପ କୁମାର ପଟ୍ଟନାୟକ, ବନଫୁଲ ନିର୍ଦ୍ଦେଶକ ବ୍ରହ୍ମପୁତ୍ର ନାୟକ, ବିଜୟ ଲକ୍ଷ୍ମୀ ଦାଶ, ଶ୍ରୀନିବାସ ଆଚାର୍ଯ୍ୟ ମଞ୍ଚସିନ ଥିବା ବେଳେ ଦଶଜଣ ଗବେଶକ ନିଜ ନିଜର ନିବନ୍ଧ ପାଠ କରିଥିଲେ। ଚଳିତ ବର୍ଷ ଶ୍ରୀ ରାଧା ରମଣ ସ୍ମର୍ତିସମ୍ମାନ କଟକ ର ଡଃ ନିହାରିକା ଦାସ ଙ୍କୁ ପ୍ରଦାନ କରାଯାଇଥିବାବେଳେ ଅନ୍ନପୂର୍ଣ୍ଣା ମିଶ୍ର ସ୍ମୃତି ସମ୍ମାନ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ , ପରମେଶ୍ୱରି ସ୍ମୃତି ସମ୍ମାନ ଡଃ ସୁଶାନ୍ତ କୁମାର ଶତପଥୀ ଙ୍କୁ ପ୍ରଦାନ କରଯାଇଥିଲା ଶେଷରେ ନୃତ୍ୟଗୁରୁ ସନ୍ତୋଷ କୁମାର ସାହୁ ଙ୍କ ସଂଯୋଜନା ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଉଥିଲା। ସର୍ବପ୍ରଥମେ ବେଦ ପାଠ ସହିତ ଇଞ୍ଜିିୟର ପ୍ରମୋଦ କୁମାର ଦାସ ଭକ୍ତି ସଙ୍ଗୀତ ଗାନ କରିଥିଲେ। ଉତ୍ସବ ଅବସରରେ ଏକଶହ ପିଲାଙ୍କୁ ପଠନ ସାମଗ୍ରୀ ଓ ପଚାଶ ଜଣ ପରିବାର କୁ କମ୍ବଳ ବିତରଣ କରାଯାଇଥିଲା। ଶେଷରେ ଅନୁଷ୍ଠାନର କାର୍ଯକାରୀ ସଭାପତି ହରିଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।











