ହେଡଲାଇନସ୍:

ତେଲିଆ ମୁଣ୍ଡରେ ତେଲ ନୁଖୁରା ମୁଣ୍ଡରେ ଅଠା...

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘରଡିହ ନଥିବାରୁ ପକ୍କାଘର ପାଇବାରୁ ବଂଚିତ ଦଳିତ ପରିବାର

ବୌଦ୍ଧ(ସିମୁନ୍ ନାଏକ) ; ସରକାର ଭୂମିହିନ ଲୋକଙ୍କୁ ଚିହ୍ନଟ କରି ଘରଡିହ ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେଇଆସୁଛନ୍ତି  । ଅନ୍ୟପଟେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ସମସ୍ତ ପରିବାରଙ୍କୁ ଉନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ, ଓ ବିଜୁ ପକ୍କାଘର ଭଳି ବିଭିନ୍ନ ଯୋଜନା  ମାଧ୍ୟମରେ ଗୃହ ନିର୍ମାଣ କରିବା ପାଇଁ ଆର୍ଥିକ  ଅନୁଦାନ ଯୋଗାଇ ଦେଉଛନ୍ତି  । ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଏହିସବୁ ହିତକର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ବିଭାଗ ଓ ପଂଚାୟତରାଜ ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ସହିତ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସ୍ୱାଧିନତାର ୭୩ ବର୍ଷ ବିତିଯାଇଥିଲେ ବି ଏହିସବୁ କଲ୍ୟାଣକାରୀ ଯୋଜନାର ସୁଫଳ ସମାଜର ଦଳିତ ଓ ନଗ୍ୱେସିର ବର୍ଗର ପ୍ରକୃତ ହିତାଧିକାରୀଙ୍କ ନିକଟରେ ଅପହଂଚ ହୋଇ ରହିଛି । ଏହାର ନଜିର ଦେଖରବାକୁ ମିଳିଛି ହରଭଙ୍ଗା ବ୍ଲକ ସଙ୍କୁଲେଇ ପଂଚାୟତ ଅନ୍ତର୍ଗତ ମଲ୍ଲିକପଡା ଗ୍ରାମରେ  । ଏହି ବିଦ୍ୟାଳୟର ପଛପଟରୁ ପ୍ରାୟ ୨ ଶହ ମିଟର ଦୂରରେ ରହିଛି ଗୋଟିଏ ଦଳିତ ସାହି । ସମ୍ପ୍ରତି ସେଇଠି ରହୁଛନ୍ତି ୪୦ ପରିବାରର ୧୩୦ ରୁ ଉର୍ଦ୍ଧ ସଦସ୍ୟ । ସେମାନଙ୍କ ମଧ୍ୟରୁ ୩ ପରିବାରଙ୍କୁ ବହୁବର୍ଷ ତଳେ ହରଭଙ୍ଗା ତହସିଲ ପକ୍ଷରୁ ୪ ଡେସିମେଲ ଘରଡିହ ପଟ୍ଟା ଆବଣ୍ଟନ କରାଯାଇଥିଲେ ମଧ୍ୟ ଜାଗା ଚିହ୍ନଟ ହୋଇପାରି ନଥିବା ଜଣାପଡିଛି । ବାକି ୨୫ଟି ଭୂମିହିନ ପରିବାର ଘରଡିହ ପାଇବା ପାଇଁ ବହୁବାର ଆବେଦନ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ମିଳିପାରିନାହି । ସରକାରଙ୍କ ଦ୍ୱାରା ଗରିବ ପରିବାରଙ୍କୁ ଯୋଗଇ ଦିଆଯାଉଥିବା  ପକ୍କାଘର କାର୍ଯ୍ୟାଦେଶ ପାଇବା ପାଇଁ ଘରଡିହର ପଟ୍ଟା ନକଲ ଦେବାକୁ ପଡୁଥିବାରୁ ସେମାନଙ୍କ ନାଁ ହିତାଧିକାରୀଙ୍କ ତାଲିକାରେ ଥାଇ ମଧ୍ୟ ଆବଶ୍ୟକ ଡକୁମେଣ୍ଟ ଦେବାକୁ ସକ୍ଷମ ହୋଇପାରୁ ନାହାଁନ୍ତି । ତେଣୁ ପକ୍କାଘର ପାଇବାରୁ ବଂଚିତ ହେବାକୁ ପଡୁଥିବା ନେଇ ସେମାନେ ଅଭିଯୋଗ କରୁଛନ୍ତି । ସେହିପରି ସେମାନଙ୍କ ପୁଅଝିଅ ମାନେ ପାଠପଢିବା କ୍ଷେତ୍ରରେ ଅବଶ୍ୟକ ଜାତି ଓ ବାସିନ୍ଦା ପ୍ରମାଣପତ୍ର ପାଇବା ପାଇଁ ସମସ୍ୟା ହେଉଥିବାରୁ ସେମାନଙ୍କୁ ସଂରକ୍ଷଣ କିମ୍ବା ଷ୍ଟାଇପେଣ୍ଡ ମଧ୍ୟ ମିଳୁନଥିବାରୁ ନିଜର ପ୍ରାପ୍ୟ ଅଧିକାର ପାଇବାରୁ ବଂଚିତ ହେବାକୁ ପଡିବା ଭଳି ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ଅଭିଯୋଗ କରୁଛନ୍ତି । ଏପରିକି ଗତବର୍ଷ ଏହି ସାହିରେ ଅଗ୍ନିକାଣ୍ଡ ଘଟି ୨ଟି ପରିବାରର ୪ ବଖରା ଘର ସମ୍ପୁର୍ଣ୍ଣରୁପେ ପୋଡିଯାଇଥିଲେ ମଧ୍ୟ ସେମାନଙ୍କୁ ଘର କିମ୍ବା ଅର୍ଥିକ କ୍ଷତିପୂରଣ ମିଳିନଥିବା ଭଳ ଅଭାବନିୟ ନଜିର ରହିଛି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟିଦେଇ ସେମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯିବାକୁ ସାଧାରଣରେ ମତପ୍ରକାଶ ପାଇଛି । 

0
0
0
s2sdefault