ହେଡଲାଇନସ୍:

ବଦଳିଲେ ବାରିପଦା ଓଏଫଡ଼ିସିର ଭାରପ୍ରାପ୍ତ ଉପ-ଖଣ୍ଡିୟ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଶାହା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ଗଣତନ୍ତ୍ରର ବିଜୟ ହେଲା । ଗତ ଜୁଲାଇ ୨୯ ରବିବାର ପୂର୍ବାହ୍ନରେ ବାରିପଦା ମୟୂରଭଞ୍ଜ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ବାରିପଦା ଓଏଫଡ଼ିସିର ଭାରପ୍ରାପ୍ତ ଉପ-ଖଣ୍ଡିୟ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଶାହାଙ୍କ ବିରୋଧରେ  ଅତ୍ୟନ୍ତ ସ୍ୱେଚ୍ଛାଚାରୀ  ହୋଇପଡ଼ିବା ସାଙ୍ଗକୁ ଦୁର୍ନୀତିରେ ଉବୁଟୁବୁ ହେବା ଆଦି ବିଭିନ୍ନ ସଙ୍ଗୀନ ଅଭିଯୋଗ ଆଣି ତାଙ୍କର ତୁରନ୍ତ ବଦଳି ଦାବି କରି କରିଥିଲେ । କେବଳ ଏତିକି ନୁହେଁ ମୟୂରଭଞ୍ଜ ସନସାଧାରଣଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବାର ଅଭିଯୋଗ ଆଣିଥିଲେ । ତେଣୁ ତାଙ୍କୁ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାରୁ ବଦଳି କରାଯିବାର ଦାବି ନେଇ ମଞ୍ଚ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭାଗୀୟ ନିଦେ୍ର୍ଧଶକ ଆଦିଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମଞ୍ଚର ଦାବି ପୁରଣ କରା ନଗଲେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବନ ବିଭାଗର କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ ବୋଲି ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ଜନସାଧାରଣଙ୍କ ଏହି ଦାବିକୁ ସମ୍ମାନ ଦେଇ   ବାରିପଦା ଓଏଫଡ଼ିସିର ଉପଖଣ୍ଡିୟ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଶାହାଙ୍କୁ ଅନ୍ୟତ୍ର ବଦଳି କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  ଦେବା ପରେ ବନ ବିଭାଗ ପକ୍ଷରୁ ମେମୋ ନମ୍ବର ୧୬୧୪୨/୧୮.୦୮.୨୦୧୮ରେ ଏକ ଆଦେଶନାମା ଜାରି କରାଯାଇଛି ଓ ଶେଷରେ ଖଣ୍ଡିୟ ଅଧିକାରୀ ବାରିପଦା କାର୍ଯ୍ୟାଳୟରୁ ବଦଳି ହୋଇ ସମ୍ବଲପୁର ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇ ଥିବା ବେଳେ ତାଙ୍କ ସ୍ଥାନରେ କେଉଁଝର  ଡ଼ିଭିଜନାଲ ମ୍ୟାନେଜରକୁ ବାରିପଦା ଖଣ୍ଡିୟ ଅଧିକାରୀ  ଭାବେ ବଦଳି କରାଯାଇଛି । ଏଥି ନିମନ୍ତେ ମୟୂରଭଞ୍ଜ ସୁରକ୍ଷା ମଞ୍ଚର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାମାନଙ୍କ ସମେତ ମଞ୍ଚକୁ ସର୍ମଥନ ଦେଇଥିବା ବିଶିଷ୍ଟ ସମାଜ ସେବୀ ତଥା ବୈପ୍ଳବିକ ଛାତ୍ର ସଂଗଠନର ଉପଦେଷ୍ଟା ଗିରିଶ ଚନ୍ଦ୍ର ଦାସ, ବୈପ୍ଳବିକ ଯୁବ ଛାତ୍ର ସଂଗଠନର ସଭାପତି ଜିତେନ୍ଦ୍ର ମହାନ୍ତି,  ବାରିପଦା ଏମସିସି ବ୍ୟାଙ୍କ ନିଦେ୍ର୍ଧଶକ ସୁବ୍ରମଣ୍ୟମ ମହାନ୍ତି,  ବାରିପଦା ପୌରପରିଷଦର ଅଧ୍ୟକ୍ଷା ବବିତା ଦାସ, ବରିଷ୍ଠ  କାଉନସିଲର  ସ୍ୱରୂପ ପଟ୍ଟନାୟକ, ଦେବାଶିଷ ପାତ୍ର, ପୂର୍ବତନ କାଉନସିଲର ଅନନ୍ତ ଦାସ, ବିରଞ୍ଚି ମହାପାତ୍ର, କପିଲ ଖଣ୍ଡେଲୱାଲ, ଅଭୟ ସିଂ, ଛାତ୍ର ନେତା ଆଭାସ ଦେ, ପ୍ରଦୀପ ଦାସ, ରାଜେନ୍ଦ୍ର ବାରିକ, ଲଲାଟେନ୍ଦୁ ବେହେରା, ଶିବୁ ପଟ୍ଟନାୟକ, ଅଭିରାମ ଦାସ, ଦୀପକ ଘୋଷ, ମାନସ ମହାନ୍ତି, ଭାଗିରଥୀ ଘଢେ଼ଇ, ରାମ ହେମ୍ବ୍ରମ, ଦୀପକ ଦାସ, ତମାଲ ଜେନା, ବିନୋଦ ଲାଲବାବୁ, ବିନୋଦ ତୁଙ୍ଗ, ରାଜୀବ ଶାହା, ଏସକେ ମହମ୍ମଦ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । 

 

0
0
0
s2sdefault