ହେଡଲାଇନସ୍:

ହକି ବିଶ୍ୱକପବେଳେ ସୁରକ୍ଷା ସ୍କାନରରେ ରହିବ ରାଜଧାନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର :  ହକି ବିଶ୍ୱକପ ଓଡିଶା ପାଇଁ ସମ୍ମାନ ବା ଗୌରବର କଥା | ଓଡିଶା ପୋଲିସ ଖାସ କରି କମିସନରେଟ ପୋଲିସ ପାଇଁ ଏକ ଚାଲେଞ୍ଜିଙ୍ଗ ଟାସ୍କ | ଆଉ ଏହି ଗୌରବାବହ କାର୍ଯ୍ୟ ଯେମିତି ସୁରୁଖୁରୁରେ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସର୍ବୋପରି ଖେଳାଳି ଓ ପର୍ଯ୍ୟଟକ ମାନେ ନିରାପଦରେ ଭଲ ଅନୁଭୂତି ନେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ସେଥିପାଇଁ ଅଂଟା ଭିଡିଛି କମିସନରେଟ ପୋଲିସ | ସେଥିପାଇଁ ହକି ବିଶ୍ୱକପ ସମୟରେ କଡା ସୁରକ୍ଷା ବଳୟରେ ରହିବ ରାଜଧାନୀ। ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 ବିଶ୍ୱକପ ସମୟରେ ୮୦ ପ୍ଲାଟୁନ୍‌ ଫୋର୍ସ ଓ ୨୫୦ ଜଣ ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ । ପାକିସ୍ତାନ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବନ୍ଦୋବସ୍ତ କରାଯିବ। ଏହା ସହ ବିଦେଶୀ ଦର୍ଶକ ଓ ସମର୍ଥକ ଙ୍କ ପାଇଁ ସୁ ବନ୍ଦୋବସ୍ତ କରାଯିବ । କେବଳ ସେତିକି ନୁହେଁ, ଖେଳାଳି ରହୁଥିବା ହୋଟେଲ ଓ କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବ। ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ ବିଭିନ୍ନ ପ୍ରସ୍ତାବ କ୍ରୀଡ଼ା ବିଭାଗକୁ ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ସିସି କ୍ୟାମେରା ଲଗାଇବାକୁ କୁହାଯାଇଛି। ସିସି କ୍ୟାମେରାକୁ  ଭୁବନେଶ୍ୱର ପୋଲିସ କଣ୍ଟ୍ରୋଲ ରୁମ୍‌ ସହ ସଂଯୋଗ କରାଯିବ। ପୋଲିସ ଏହି କଣ୍ଟ୍ରୋଲ ରୁମ୍‌ ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମ ଉପରେ ନଜର ରଖିବ। ଏହା ଛଡ଼ା ଷ୍ଟାଡିୟମ ନିକଟରେ ଏକ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌ କରାଯିବ। ଜଣେ ଏଡିସିପି ର‍୍ୟାଙ୍କର ଅଧିକାରୀ ଏହି କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ରହିବେ। ସେହିପରି ଷ୍ଟାଡିୟମ ଭିତରକୁ ଦର୍ଶକମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପଡ଼ିଆ ଚାରିପଟେ ବିଭିନ୍ନ ସ୍ଥାନରେ ଦର୍ଶକମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରିବାକୁ କ୍ରୀଡ଼ା ବିଭାଗ କର୍ତୃପକ୍ଷଙ୍କୁ କୁହାଯାଇଛି। ଖେଳ ସମୟରେ ଭିଡ଼ ନହେବା ପାଇଁ କାର ଓ ବାଇକ ପାର୍କିଂ ଅଲଗା ଅଲଗା ପାର୍କିଂ କରାଯିବ । ବିଶ୍ୱକପ କୁ ଯେପରି ସୁ ବ୍ୟବସ୍ଥିତ ଢଙ୍ଗରେ ଆୟୋଜିତ କରାଯିବ , ସେ ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି 

0
0
0
s2sdefault