ହେଡଲାଇନସ୍:

ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣିଙ୍କ 140 ତମ ଜୟନ୍ତୀ ଉତ୍ସବରେ ପାଣି ସାହିତ୍ୟି ଆଲୋଚନା ଚକ୍ର ଉଦଘାଟିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) ମାହାଙ୍ଗା ବ୍ଲକ କୋଠପଦା ସ୍ଥିତ ରଘୁନାଥ ନୋଡାଲ ବିଦ୍ୟାପୀଠ ପରିସରରେ ପାଣି ସାହିତ୍ୟର ଶ୍ରେଷ୍ଠ ମଉଡମଣି ଗଣକବି ବୈଷ୍ଣବ ପାଣି ଙ୍କ 140 ତମ ଜୟନ୍ତୀ ଉପଲକ୍ଷେ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ପକ୍ଷରୁ ଜୟନ୍ତୀ ସମାରୋହ  କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l  ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ର ସଭାପତି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ସଭାପତିତ୍ବ କ୍ରମେ ମୁଖ୍ୟଅତିଥି ଭାବେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ  ମନ୍ତ୍ରୀ ଅତନୁ ସବ୍ୟସାଚ୍ଚି ନାୟକ ଯୋଗଦାନ କରି ମାହାଙ୍ଗା ମାଟିରେ ଗଣକବି ବୈଷ୍ଣବ ପାଣି ହେଉଛନ୍ତି ଯୋଗଜନ୍ମା ପୁରୁଷ | ଯାହା ଙ୍କ ଗୀତିନାଟ୍ୟ, କବିତା ସାହିତ୍ୟ ପାଇଁ  ସାରା ଓଡ଼ିଶାରେ ଆଜି ମାହାଙ୍ଗା ମାଟି ଗର୍ବିତ ସେହି ମଉଡମଣୀ ହେଉଛନ୍ତି ଗଣକବି ବୈଷ୍ଣବ ପାଣି |  ସାରା ଓଡିଶା ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଯାହାଙ୍କ ନୂତନ ଗୀତିନାଟ୍ୟ ଶୈଳୀ ର ଭାବ, ଭାଷା, ଚରିତ୍ର, ସଂଗୀତ ଓଡ଼ିଆ ଯାତ୍ରା ସାହିତ୍ୟରେ ସଂସ୍କାର ଆଣିପାରିଛି ସିଏ ହେଉଛନ୍ତି ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣି l ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ଡ୍ରିମସ ମହାବିଦ୍ୟାଳୟ ପ୍ରତିଷ୍ଠାତା ପ୍ରମୋଦ କୁମାର ରଥ, ପୂର୍ବତନ ସଚିବ ଧୀରେନ୍ଦ୍ରନାଥ ମଲିକ, ମୁଖ୍ୟଵକ୍ତା ଭାବେ  ପ୍ରଖ୍ୟାତ କବି ତଥା ସମକାଳୀନ ଚିନ୍ତକ ହରପ୍ରସାଦ ଦାସ, ଅତିଥି ଭାବେ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ମିସ ଶିବାନୀ, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପରିଷଦ ସୁସ୍ମିତା ଦାସ, ସରପଞ୍ଚ ନଳୀନୀପ୍ରଭା ପ୍ରଧାନ, ସମିତିସଭ୍ୟା ସୁପ୍ରଭା ସାମଲ, ବିଧାୟକ ଶ୍ରୀ ଜେନାଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ପୂର୍ବତନ ଅଧକ୍ଷ ଶରତ ନାୟକ ଙ୍କ ସମେତ ବହୁ ସାହିତ୍ୟିକ, କବି, ବିଜୁ ଜନତା ଦଳ ନେତୃବୃନ୍ଦ ଓ ସ୍ଥାନୀୟ ଅଂଚଳର ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦାନ କରିଥିଲେ l ଏହି ଅବସରରେ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ପକ୍ଷରୁ କଳାକାର ମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ସିଲ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l 

ଏହି ଅବସରରେ ବିଧାୟକ ଶ୍ରୀ ଜେନା  ଗଣକବି ବୈଷ୍ଣବ ପାଣି ଙ୍କ ସ୍ମୁତି କୁ ମନେପକେଇବା ସହିତ ଓଡ଼ିଆ ଯାତ୍ରା ସାହିତ୍ୟ କୁ କବି ଯେଉଁ ଅଜସ୍ର ଗୀତାଭିନୟ, ଗିତିନାଟ୍ୟ, ଲୀଳା, ଫାର୍ସ ଓ ସୁଆଙ୍ଗ ଦାନ କରିଯାଇଛନ୍ତି ତାହାର ପଟ୍ଟନ୍ତର ନାହିଁ ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଅଖିଳେଶ ପଦ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବା ରେ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ର ସମସ୍ତ ସଦସ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ l

0
0
0
s2sdefault