ହେଡଲାଇନସ୍:

ଇଛାଶକ୍ତି ଆଗରେ ହାର ମାନିଲା ଭିନ୍ନକ୍ଷମତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚିଲିକା/ଖୋର୍ଦ୍ଧା:(ସେକ୍ କୌଶର) : ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ଅଲାଇଡିହ ଗ୍ରାମର ଯୁବକ ପ୍ରସନ ପ୍ରସନ୍ନ ଅନ୍ଧ । ତଥାପି ପାଇଛନ୍ତି ସଫଳତା । ଇଛାଶକ୍ତି ଆଗରେ ହାର ମାନିଲା ଭିନ୍ନକ୍ଷମତା | ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୦ (ଓସିଏସ୍)ରେ ଯଥାକ୍ରମେ ୨୬୨ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବେ। ଏହି ସଫଳତା ହାସଲ କରିବାରେ ନିଜର ପରିବାରବର୍ଗ ବିଶେଷକରି ନିଜର ପତ୍ନୀଙ୍କ ପ୍ରଚେଷ୍ଟା ଓ ସହଯୋଗ ଯୋଗୁଁ ହିଁ ସବୁ ସମ୍ଭବ ହୋଇପାରକିନ୍ତୁ ଧୌର୍ଯ୍ୟ ନହରାଇ ଦ୍ୱିତୀୟ ଥର ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି ପ୍ରସନ୍ନ କୁମାର ପଣ୍ଡା ।
ଅନ୍ଧ ପୁଅର ଏଭଳି ସଫଳତା ତାଙ୍କୁ ବହୁତ ଉତ୍ସାହିତ କରିଛି ବୋଲି ପ୍ରସନ୍ନଙ୍କର ବାପା, ମା’ କହିଛନ୍ତି । ପୁଅ ଜନ୍ମରୁ ଅନ୍ଧ ହୋଇଥିଲେ ମଧ୍ୟ ବାପା-ମା’ କେବେବି କଷ୍ଟ ଅନୁଭବ କରିନଥିଲେ । ଆଶା କରିଥିଲେ ପୁଅ ନିଶ୍ଚିତ ଦିନେ-ନା-ଦିନେ ବଡ ଅଫିସର ହବ ତାହା ଆଜି ପୂରଣ ହୋଇଛି l

0
0
0
s2sdefault