ହେଡଲାଇନସ୍:

ଭାରତର ପ୍ରଥମ କମ୍ପାନୀ ଭାବେ ଟାଟା ଷ୍ଟିଲ ମାଇନିଂର ଦାୟିତ୍ୱବାନ କ୍ରୋମିୟମ୍ ସ୍ୱୀକୃତି ହାସଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଅନ୍ତର୍ଜାତୀୟ କ୍ରୋମିୟମ୍ ବିକାଶ ସଂଘ(ଆଇସିଡିଏ) ଦ୍ୱାରା ସ୍ୱୀକୃତି ପ୍ରଦାନ

  • ଇକୋଭେଦିସ ସିଲଭର ଷ୍ଟାଟସ୍ ସହିତ କମ୍ପାନୀର ଏହି ସ୍ୱୀକୃତି ହାସଲ

 ସୁକିନ୍ଦା : ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌) ଅନ୍ତର୍ଜାତୀୟ କ୍ରୋମିୟମ୍ ବିକାଶ ସଂସ୍ଥା (ଆଇସିଡିଏ) ଠାରୁ ମର୍ଯ୍ୟାଦାଜନକ ଦାୟିତ୍ୱବାନ କ୍ରୋମିୟମ୍ ସ୍ୱୀକୃତି ହାସଲ କରିଛି । ଟିଏସ୍‌ଏମ୍‌ଏଲ୍ ଭାରତର ପ୍ରଥମ ମାଇନିଂ କମ୍ପାନୀ ଭାବେ ଏହି ସ୍ୱୀକୃତି ହାସଲ କରିଛି । ଏକ ଜଟିଳ ସଷ୍ଟେନେବିଲିଟି ମୂଲ୍ୟାଙ୍କନ ଏବଂ ସ୍ୱତନ୍ତ୍ର ସଷ୍ଟେନେବିଲିଟି ରେଟିଂ ପ୍ରଦାନକାରୀ ଏଜେନ୍ସି ଇକୋଭେଦିସ୍‌ର ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ ପରେ ରେଟିଂ ଆଧାରରେ ଦାୟିତ୍ୱବାନ କ୍ରୋମିୟମ୍ ସ୍ୱୀକୃତି ପ୍ରଦାନ କରାଯାଇଥାଏ ।

ଆଇସିଡିଏ ପକ୍ଷରୁ ନିଜ ସଦସ୍ୟମାନଙ୍କ ସ୍ୱେଚ୍ଛାକୃତ ବ୍ୟକ୍ତିଗତ ସଷ୍ଟେନେବିଲିଟି ବ୍ୟବସ୍ଥାର ଆକଳନ କରିବା ପାଇଁ ଆନ୍ତର୍ଜାତୀୟ ମାନକ ଅନୁସାରେ ଏକ ବିଶ୍ୱସ୍ତରୀୟ ପରିବେଶ, ସାମାଜିକ ଓ ପରିଚାଳନା (ଇସିଜି) ରେଟିଂ ଏଜେନ୍ସି ଇକୋଭେଦିସ୍‌କୁ ତାଲିକାଭୁକ୍ତ କରାଯାଇଛି । ଟିଏସ୍‌ଏମ୍‌ଏଲ୍‌କୁ ସିଲଭର ଇକୋଭେଦିସ୍ ମେଡ଼ାଲରେ ସମ୍ମାନିତ କରାଯାଇଛି । ଯାହାଫଳରେ ଏହା ବିଶ୍ୱରେ ଇକୋଭେଦିସ୍ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିବା ଶ୍ରେଷ୍ଠ ୨୫ ପ୍ରତିଶତ କମ୍ପାନୀ ମଧ୍ୟରେ ସ୍ଥାନ ପାଇପାରିଛି ।

ଏହି ପୁରସ୍କାର ପାଇ ଖୁସି ପ୍ରକାଶ କରି ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହଛନ୍ତି ଯେ, “ଆମର ବ୍ୟବସାୟିକ ପ୍ରଣାଳୀ ଓ ଦାୟିତ୍ୱବାନ ଯୋଗାଣ ଶୃଙ୍ଖଳ ସର୍ବଦା ଦୀର୍ଘସ୍ଥାୟିତ୍ୱ ପ୍ରତି ଆମର ପ୍ରତିଶ୍ରୁତିବଦ୍ଧତାର ପ୍ରଦର୍ଶନ କରିଛି । ଆମେ ନିଜ କାର୍ଯ୍ୟକ୍ଷେତ୍ରରେ ପରିବେଶ ପ୍ରତି ଦାୟିତ୍ୱବାନ ହୋଇ ନିଜ କାର୍ଯ୍ୟ ଜାରି ରଖିବା ସହିତ ସଷ୍ଟେନେବିଲିଟି ସ୍ତରକୁ ଅଧିକ ଉଚ୍ଚସ୍ତରକୁ ନେବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବୁ ।”

ଏକ ଦାୟିତ୍ୱବାନ କ୍ରୋମିୟମ୍ ସ୍ୱୀକୃତି ହାସଲ, ଟିଏସ୍‌ଏମ୍‌ଏଲ୍‌ର ଉଚ୍ଚ ମାନକର ସୁରକ୍ଷା ପ୍ରକ୍ରିୟା ଓ ଶ୍ରେଷ୍ଠ ପଦକ୍ଷେପ, ସାଧାରଣ ଜନତା ଓ ସ୍ଥାନୀୟ ଲୋକଙ୍କ ପ୍ରତି ନୈତିକତାର ପ୍ରଦର୍ଶନ, ଶିଶୁ ଶ୍ରମିକ ଓ ଆଧୁନିକ ଦାସ ପ୍ରଥାର ଦୂରୀକରଣ, ପରିବେଶୀୟ ପ୍ରଭାବକୁ ହ୍ରାସ କରିବା ଏବଂ ପରିବେଶକୁ ସୁରକ୍ଷିତ ରଖିବା ଏବଂ ଦୁର୍ନୀତି ବିରୋଧରେ ନିଆଯାଇଥିବା ପଦକ୍ଷେପକୁ ପ୍ରତିଫଳିତ କରୁଛି ।

କେବଳ ୧୨ଟି ଆଇସିଡିଏ ସଦସ୍ୟ କ୍ରୋମିୟମ୍ ସ୍ୱୀକୃତି ହାସଲ କରିଛନ୍ତି, ଯେଉଁମାନେ ସଷ୍ଟେନେବିଲିଟି ପଦକ୍ଷେପର ନିର୍ଦ୍ଧାରିତ ଆବଶ୍ୟକତାଠାରୁ ଊର୍ଦ୍ଧ୍ୱକୁ ଯାଇପାରିଛନ୍ତି । ୧୯୮୪ରେ ଫ୍ରାନ୍ସର ପ୍ୟାରିସ୍‌ଠାରେ ଆରମ୍ଭ ହୋଇଥିବା ଆଇସିଡିଏ ଏକ ଅଣ-ଲାଭକାରୀ ସଂସ୍ଥା, ଯାହାକି ବିଶ୍ୱସ୍ତରରେ କ୍ରୋମିୟମ୍‌ର ମୂଲ୍ୟବର୍ଦ୍ଧନ ଓ ସଷ୍ଟେନେବିଲିଟିକୁ ପ୍ରୋତ୍ସାହନ ଦେଇଥାଏ । ବର୍ତ୍ତମାନ ଆଇସିଡିଏ କ୍ରୋମିୟମ୍ ଶିଳ୍ପ ପାଇଁ ଏପରି ଏକ ସଂସ୍ଥା, ଯାହା ସ୍ୱତନ୍ତ୍ର ରୂପେ ବଜାର ଗବେଷଣା, ସ୍ୱାସ୍ଥ୍ୟ ସୁରକ୍ଷା ଓ ପରିବେଶ ସମ୍ପର୍କିତ ଅଧ୍ୟୟନ କରିବା ସହିତ କ୍ରୋମିୟମ୍‌ର ଲାଭ ଓ ଉପଯୋଗ ସମ୍ପର୍କିତ ଶିକ୍ଷାଗତ ଉପକରଣ ଯୋଗାଇ ଦେଉଛି ।

0
0
0
s2sdefault