ଭୁବନେଶ୍ୱର/ ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ: ସାରା ଓଡିଶା ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଯାହାଙ୍କ ନୂତନ ଗୀତିନାଟ୍ୟ ଶୈଳୀ ର ଭାବ, ଭାଷା, ଚରିତ୍ର, ସଂଗୀତ ଓଡ଼ିଆ ଯାତ୍ରା ସାହିତ୍ୟରେ ସଂସ୍କାର ଆଣିପାରିଛି ସିଏ ହେଉଛନ୍ତି ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣି l ସେହି ପାଣି ସାହିତ୍ୟର ଶ୍ରେଷ୍ଠ ମଉଡମଣି ଗଣକବି ବୈଷ୍ଣବ ପାଣି ଙ୍କ 140 ତମ ଜୟନ୍ତୀ ଉପଲକ୍ଷେ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ସଂସଦ ର ସଭାପତି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଆଜି ସକାଳ ସମୟରୁ ପ୍ରଥମେ ଭୁବନେଶ୍ୱର ସ୍ଥିତ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଗଣକବି ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପରେ ପରେ କଟକ ଖାନନଗରସ୍ଥିତ ଗଣକବି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଏବଂ ମାହାଙ୍ଗା ସ୍ଥିତ ଗଣକବିଙ୍କ ଜନ୍ମପୀଠ କୋଠପଦା ସ୍ଥିତ ଗଣକବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ବିଧାୟକ ପ୍ରତାପ ଜେନା ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l ଏହି ଅବସରରେ ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ ଆଦି କରାଯାଇଛି l ଏହି ଅବସରରେ ବିଧାୟକ ଶ୍ରୀ ଜେନା ଗଣକବି ବୈଷ୍ଣବ ପାଣି ଙ୍କ ସ୍ମୁତି କୁ ମନେପକେଇବା ସହିତ ଓଡ଼ିଆ ଯାତ୍ରା ସାହିତ୍ୟ କୁ କବି ଯେଉଁ ଅଜସ୍ର ଗୀତାଭିନୟ, ଗିତିନାଟ୍ୟ, ଲୀଳା, ଫାର୍ସ ଓ ସୁଆଙ୍ଗ ଦାନ କରିଯାଇଛନ୍ତି ତାହାର ପଟ୍ଟନ୍ତର ନାହିଁ ବୋଲି ପ୍ରକାଶ କରିଥିଲେ l ଏପରିକି ବିଧାୟକ ଶ୍ରୀ ଜେନା 140 ତମ ଜୟନ୍ତି ଉତ୍ସବ ରେ ଗଣକବିଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ବିଧାୟକ ଶ୍ରୀ ଜେନାଙ୍କ ସହ କଟକ ମେୟର ସୁବାଷ ଚନ୍ଦ୍ର ସିଂ, ମାହାଙ୍ଗା ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ଶିକ୍ଷାବିତ ଅକ୍ଷୟ ଷଢଙ୍ଗୀ, ବିଜ୍ଞାନ ପର୍ଯ୍ୟବେକ୍ଷକ ଅକ୍ଷୟ ନନ୍ଦ ଙ୍କ ସମେତ ବହୁ ସାହିତ୍ୟିକ, କବି, ବିଜୁ ଜନତା ଦଳ ନେତୃବୃନ୍ଦ ଓ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l ଆଜି ସନ୍ଧ୍ୟା ସମୟରେ କୋଠପଦା ସ୍ଥିତ ରଘୁନାଥ ବିଦ୍ୟାପୀଠ ପରିସରରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ନେଇ ଏକ ଉଦଘାଟନୀ ଉତ୍ସବ ର ଆୟୋଜିତ ହେବାକୁ ଯାଉଛି l ଏହି କାର୍ଯ୍ୟକ୍ରମ ରେ ସମସ୍ତ ମାହାଙ୍ଗା ବାସୀ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନୁଷ୍ଠାନ ପକ୍ଷ ରୁ ନିବେଦନ କରାଯାଇଛି l
ରାଜ୍ୟ
ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣି ଙ୍କ ୧୪୦ ତମ ଜୟନ୍ତୀ ଉତ୍ସବ l
- Hits: 903