ହେଡଲାଇନସ୍:

''ରଙ୍ଗ ବେରଙ୍ଗ'' ଏବଂ ମହିଳା ଅନୁଷ୍ଠାନ ''ପ୍ରଗତି'' ମିଳିତ ଆନୁକୁଲ୍ୟରେ ''କୁମାର ଉତ୍ସବ'' ମହାସମାରୋହରେ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର , ପାରଳାଖେମୁଣ୍ଡି ଆନୁକୁଲ୍ୟରେ ପୁରାତନ ଅନୁଷ୍ଠାନ ''ରଙ୍ଗ ବେରଙ୍ଗ'' ଏବଂ ମହିଳା ଅନୁଷ୍ଠାନ ''ପ୍ରଗତି'' ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷର ''କୁମାର ଉତ୍ସବ'' ମହାସମାରୋହରେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ହରିମୋହନ ମୋହନ ପଟ୍ଟନାୟକ ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୀତାରାଣୀ ପାଣିଗ୍ରାହୀ , ସଂଯୋଜକ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ମୁଖ୍ୟ ଲୋକନାଥ ମିଶ୍ର , କାର୍ଯ୍ୟକାରିଣୀ ସଭାନେତ୍ରୀ କଳ୍ପନା ପଟ୍ଟନାୟକ , ମୁଖବକ୍ତା ନରସିଂହ ଗୌଡ , ସ୍ବତନ୍ତ୍ର ଅତିଥି ଆଇବ୍ ମଣ୍ଡଳ (ଓ.ପ୍ର.ସେ) , ଉପ ସଭାନେତ୍ରୀ ମାନସୀ ପଣ୍ଡା , ଭାଗବତ ପାଢ଼ୀ , ପ୍ରମୋଦ ଚନ୍ଦ୍ର ପାଢୀ , ସୌଦାଗର ସିଅ , ମୁରଲୀ ପରିଚ୍ଛା , ନମିତା ନାୟକ , ମୋହିନୀ ପ୍ରଧାନ ପ୍ରଭୃତି ଯୋଗଦାନ କରିଥିଲେ।
ଓଡ଼ିଆ ତଥା ଉତ୍କଳୀୟ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଆଜିର ଯୁଗରେ ନିହାତି ଭାବେ ଯୁବପିଢୀ ସୁରକ୍ଷା ରଖିବା ଜରୁରୀ ବୋଲି ବକ୍ତା ମାନେ କହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ପ୍ରଗତିର ସଂପାଦିକା ତନୁଜା ଶତପଥୀଙ୍କ ପରିଚାଳନାରେ ବିଭିନ୍ନ ପ୍ରତିଯୋଗିତା ଛାତ୍ରୀ ଏବଂ ଗୃହିଣୀ ମାନଙ୍କ ଦ୍ଵାରା ହୋଇଥିଲା।
ତର୍କ , ଝୋଟି , ଶଙ୍ଖ , ହୁଳହୁଳି , ଚୁଡ଼ି ସଜ୍ଜା , ଅଳତା ଲଗାଇବା , ହାତରେ ମେହେନ୍ଦି , ପୂଚି ଖେଳ , ଦଉଡ଼ି ଡ଼ିଆ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥି ମାନେ ଆକର୍ଷଣୀୟ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ ଗଜପତିର ବିଶିଷ୍ଠ ପ୍ରକୃତିପ୍ରେମୀ ବହୁମୁଖି ପ୍ରତିଭାଧର ତ୍ରିପତି ପ୍ରସାଦ ପଣ୍ଡାଙ୍କୁ ରଙ୍ଗ ବେରଙ୍ଗ ସମ୍ମାନ - ୨୦୨୨ ପ୍ରଦାନ କରାଯାଇଥିଲା। ଶେଷରେ ଉପସ୍ଥତ ସମସ୍ତଙ୍କୁ ବାବାଜୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଆରୁପାଞ୍ଜଳି ମହାନ୍ତିଙ୍କ ନିର୍ଦ୍ଦେଶନାରେ ତନିଶା ବେବର୍ତ୍ତା ଭଜନ ନୃତ୍ୟ କରିଥିବା ବେଳେ ବରର୍ଷୀତା ଦାସ ତାଇକଣ୍ଡୁ ପ୍ରଦର୍ଶନ କରିଥିଲେ।

0
0
0
s2sdefault