ଭୁବନେଶ୍ୱର : ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ଫଳ ୨୦୨୦ ପ୍ରକାଶ ପାଇଛି । ଏଥିରେ କିସ୍ର ୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ରାଇମାତ ଟୁଡୁ, ମଣ୍ଟୁ ଖମାରୀ, ହେମନ୍ତ ପୁଟା ଓ ନୀଳମାଧବ ପାତ୍ର। ରାଇମାତ ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ବେଳେ ମଣ୍ଟୁ ଓ ହେମନ୍ତ ବଲାଙ୍ଗୀରରୁ ଓ ନୀଳମାଧବ କଳାହାଣ୍ଡି ଜିଲ୍ଳାରୁ ଆସି କିସ୍ରେ ପଢ଼ୁଥିଲେ। ଚଳିତବର୍ଷ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ମୋଟ ୩୯୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେଥିରେ କିସ୍ର ୪ଜଣ ଛାତ୍ରଛାତ୍ରୀ ରହିଛନ୍ତି। କିସ୍ର ୪ ଜଣ ଛାତ୍ରଛାତ୍ରୀ ଓଏଏସ୍ ପାଇଥିବାରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିସରେ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଯତ୍ନ ନିଆଯାଉଥିବାରୁ ସେମାନେ ସର୍ବଦା ଶିକ୍ଷା, କ୍ରୀଡ଼ା ସହ ବିଭିନ୍ନ ସରକାରୀ ଓ ଜାତୀୟ ତଥା ବହୁଦେଶୀୟ କମ୍ପାନୀରେ ନିଯୁକ୍ତି ପାଇବାରେ ସଫଳ ହୋଇ ଆସୁଛନ୍ତି। ଏହି ଖବରରେ କିସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।
ରାଜ୍ୟ
କିସ୍ର ୪ ଛାତ୍ରୀଛାତ୍ର ପାଇଲେ ଓସିଏସ୍
- Hits: 338