ହେଡଲାଇନସ୍:

ଭସାଣି ସହ ସରିଲା ମେଲଛାମୁଣ୍ଡା ଦୁର୍ଗାପୂଜା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାରେ ସପ୍ତାହ ବ୍ୟାପି ମହାସମାରୋହରେ ଚାଲିଥିବା ସାର୍ବଜନୀନ ଦୂର୍ଗାପୂଜା ଭସାଣି ସହ ଶାନ୍ତିଙ୍ଖଲାର ସହ ସମାପ୍ତ ହୋଇଯାଇଛି । ବର୍ଷକ ପାଇଁ ଭକ୍ତଙ୍କ ପାଖରୁ ଜଗତଜନନୀ ମା ଦୂର୍ଗାା ବିଦାୟ ନେଇଯାଇଛନ୍ତି । ପୂଜାକମିଟି ତରଫରୁ ପୂଜାମଣ୍ଡପଟିକୁ ଏକ ବିରାଟ ତୋରଣରେ ସୁସଜ୍ଜିତ କରିବା ସହ ଚାରିପଟଳୁ ସୁନ୍ଦର ଆଲୋକ ମାଲାରେ ସଜାଇଦେଇଥିଲେ । ପଣ୍ଡିତ ବାବନ ମିଶ୍ର, ପଣ୍ଡିତ ଶଶିଭୂଷଣ ମିଶ୍ରଙ୍କ ପୌରହିତ୍ୟରେ ସମସ୍ତ ପୂଜା ହୋଇଥିବା ବେଳେ ଝାଙ୍କର ଝସକେତନ ବରିହା ଏବଂ ବାରିକ ଦୁଃଖିଶ୍ୟାମ ବାରିକ ସହଯୋଗ କରିଥିଲେ । ଗୌନ୍ତିଆ ଶକ୍ତରାଜ ଭୋଇ ଏବଂ ତାଙ୍କ ପତ୍ନୀ କର୍ତା ଦାୟୀତ୍ୱ ତୁଲାଇଥିଲେ । ଭକ୍ତଙ୍କ ମନୋରଂଜନ ପାଇଁ ପୂଜା କମିଟି ତରଫରୁ ରାମଲିଲା, ଅପେରା, ମିନାବଜାର, ଆକେଷ୍ଟ୍ରା ଆଦିର ଆୟୋଜନ କରାଯାଇଥିଲା । ଦଶମୀ ତିଥି ସଂଧ୍ୟାରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ଦୁଇ ଘଂଟା ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗିନ ଆତାସବାଜୀ ବାଣରେ ପୂଜା ମଣ୍ଡପ ପରିସରରଟି ଆଲୋକିତ ହୋଇଉଠିଥିଲା । ଚାନ୍ଦମାରୀରେ କୃତକାର୍ଯ୍ୟ ହୋଇଥିବା ମେଲଛାମୁଣ୍ଡା ବାସିନ୍ଦା ମକୁନ୍ଦ ବାରିକ କୃତ୍ରିମ ରାବଣ ଦେହରେ ଅଗ୍ନୀ ସଂଯୋଗ କରିଥିଲେ । ରାବଣ ପୋଡି କର୍ଯ୍ୟକ୍ରମଟିକୁ ଅଂଚଳର ହଜାର ସଂଖ୍ୟାର ଲୋକେ ଉପଭୋଗ କରିଥିଲେ । ପ୍ରତ୍ୟହ ସଂଧ୍ୟାରେ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଅନ୍ନଛତ୍ରର ବ୍ୟବସ୍ଥା ହୋଇଥିଲା । ଜଗତଜନନୀ ମା ଦୁର୍ଗାଙ୍କ ପୂଜାଟି ଶାନ୍ତିଶୃଙ୍ଖଲାର ସହ ସମାପନ ହୋଇଥିବାରୁ ପୂଜା କମିଟି ସଭାପତୀ ଦୀପକ କୁମାର ଭୋଇ, ସଂପାଦକ କିଶୋର ବଗାର, ସହ ସଂପାଦକ ସତ୍ୟବାଦୀ ପଧାନ ଓ ପ୍ରଦୀପ କଅଁର ଅଂଚଳ ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 

0
0
0
s2sdefault