ହେଡଲାଇନସ୍:

ବିଶିଷ୍ଟ କ୍ରିଡା ସାମ୍ବାଦିକ ସମ୍ବିତ ମହାପାତ୍ରଙ୍କ ମାତା ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ବିୟୋଗରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଶୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର -ବିଶିଷ୍ଟ କ୍ରିଡା ସାମ୍ବାଦିକ ସମ୍ବିତ ମହାପାତ୍ରଙ୍କ ମାତା ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ବିୟୋଗରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ ଏକ ଶୋକ ବାର୍ତାରେ କହିଛନ୍ତି ଯେ ଶ୍ରୀମତୀ ମହାପାତ୍ରଙ୍କ ବିୟୋଗ ଖବର ପାଇ ସେ ଅତ୍ୟନ୍ତ ଦୁଃଖିତ । ଶ୍ରୀମତୀ ମହାପାତ୍ର ତାଙ୍କ ଶିକ୍ଷକତା ଜୀବନରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ କରି ବେଶ ସୁନାମ ଅର୍ଜନ କରିଥିଲେ । ଅବସର ପରେ ସେ ବିଭିନ୍ନ ସାମାଜିକ ସମସ୍ୟା ଆଦି ସଂପର୍କରେ ଖବରକାଗଜ ମାନଙ୍କରେ ନିୟମିତ ପ୍ରବନ୍ଧମାନ ଲେଖୁଥିଲେ । ସେ ଠାକୁର ନିଗମାନନ୍ଦଙ୍କର ଜଣେ ପରମ ଭକ୍ତ ଥିଲେ । ସେ ଜଣେ ସ୍ନେହୀ , ମିଷ୍ଠଭାଷୀ ଓ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ସ୍ୱମୀ ଦେବେନ୍ଦ୍ର ନାଥ ମହାପାତ୍ର ଜଣେ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ । ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବାଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।

0
0
0
s2sdefault