ହେଡଲାଇନସ୍:

ମାର୍ଗଶିର ମାସରେ ପାଳିତ ହେବ ମାଣ୍ଡିଆ ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ମାଣ୍ଡିଆକୁ ଅଧିକରୁ ଅଧିକ ଲୋକାଦୃତ କରିବା ପାଇଁ ଏଥର ପାଳିତ ହେବ ମାଣ୍ଡିଆ ଦିବସ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆସନ୍ତା ମାର୍ଗଶୀର ମାସ ପ୍ରଥମ ଗୁରୁବାର ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ପରିବେଶ ଓ ସ୍ବାସ୍ଥ୍ୟପାଇଁ ହିତକର ପୁଷ୍ଟିଶସ୍ୟର ବହୁଳ ପ୍ରଚାର ଓ ବ୍ୟବହାର ଏହାର ମୂଳ ଲକ୍ଷ୍ୟ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି କୃଷି, କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ ପାଢ଼ୀ |

0
0
0
s2sdefault