ଭୁବନେଶ୍ୱର: ଆହ୍ୱାନମୂଳକ ପରିସ୍ଥିତିର ସମ୍ମୁଖୀନ ହେବା ସମୟରେ ଆତ୍ମବିଶ୍ୱାସ ଏବଂ ଅଦମ୍ୟ ସାହସ ପ୍ରଦର୍ଶନ କରୁଥିବା ଖୁବ୍ କମ ଲୋକ ଅଛନ୍ତି । ଏମାନେ ହେଉଛନ୍ତି ସେହିଭଳି ବ୍ୟକ୍ତିତ୍ୱ ଯେଉଁମାନେ ସବୁ ପରିସ୍ଥିତିରେ ସେମାନଙ୍କର ମୂଲ୍ୟବୋଧରେ ଅପରିବର୍ତ୍ତିତ ରହିଥାନ୍ତି । ସେଭଳି କରିବା ଦ୍ୱାରା ଏହି ବ୍ୟକ୍ତିବିଶେଷ ସେମାନଙ୍କ ଚାରିପଟେ ଥିବା ଲୋକଙ୍କୁ ପ୍ରେରଣା ଯୋଗାଇଥାନ୍ତି । କ୍ରିକେଟ ପିଚ୍ ମଧ୍ୟ ସେହିଭଳି ଏକ ସ୍ଥାନ ଯାହା ଆମେ ଭଲପାଉଥିବା ଖେଳାଳିଙ୍କ ସହିତ ଏହି ବ୍ୟକ୍ତିବିଶେଷଙ୍କ ଚରିତ୍ରକୁ ପରଖିଥାଏ । ସେମାନେ ପ୍ରତିଟି ଖେଳରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୁଅନ୍ତି, ତଥାପି ସେମାନଙ୍କ ବିଶ୍ୱାସରେ ପରିଚାଳିତ ହୋଇ ପ୍ରତିଥର ସଠିକ୍ ନିଷ୍ପତ୍ତି ନେଇ ଆଗକୁ ବଢିଥାନ୍ତି । ସେମାନଙ୍କର ଆକ୍ସନ ସେହିସବୁ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଥାଏ, ଯାହା କ୍ରିକେଟର ଗୌରବ ଓ କିମ୍ବଦନ୍ତୀର ଅଂଶବିଶେଷ ପାଲଟିଯାଏ ।
ଦେଶର ସବୁଠାରୁ ପ୍ରିୟ କ୍ରିକେଟ ଋତୁର ଅଗ୍ରସରତା ସହିତ ଦେଶର ଶାନ୍ଦାର ବ୍ୟାଟ୍ସ୍ମ୍ୟାନ କେଏଲ୍ ରାହୁଲ ସହିତ ପ୍ଲାଟିନମ୍ ଗିଲ୍ଡ ଇଣ୍ଡିଆସ୍ ମେନ୍ ଅଫ ପ୍ଲାଟିନମ୍ ମିଶି ଏହାର ନୂଆ ପ୍ରଚାର ଅଭିଯାନ- କ୍ୟାରେକ୍ଟର ଇନ୍ସ୍ପାୟାର୍ସ ଅଲ୍ ଆରମ୍ଭ କରିଛି । ଏହା ସେହି ବିରଳ ବ୍ୟକ୍ତିବିଶେଷଙ୍କ ନିମନ୍ତେ ଯଥୋଚିତ ସମ୍ମାନ ପ୍ରଦର୍ଶନ ହୋଇଛି, ଯେଉଁମାନେ ସର୍ବାଧିକ ଆବଶ୍ୟକତା ସମୟରେ ସଠିକ୍ ପ୍ରଦର୍ଶନ କରିଛନ୍ତି । ସେମାନେ ଖେଳୁଥିବା ସଟ୍ଗୁଡିକ ପଡିଆ ବାହାରେ ମଧ୍ୟ ଛାପ ଛାଡିଯାଏ, ଏବଂ ସମସ୍ତଙ୍କ ପାଇଁ ପ୍ରେରଣାର ଏକ ସ୍ରୋତ ପାଲଟେ । ଚଳଚ୍ଚିତ୍ରରେ ଏକାଧିକ ଦୃଶ୍ୟ ପଡିଆ ଭିତରେ ଏବଂ ବାହାରେ କେଏଲ୍ ରାହୁଲଙ୍କୁ ଧରି ରଖିଛି, ଯାହା ମେନ୍ ଅଫ ପ୍ଲାଟିନମ୍ କଲେକ୍ସନର ସ୍ୱତନ୍ତ୍ର ଷ୍ଟାଇଲ୍ର ଅଭିବ୍ୟକ୍ତି ସହିତ ପ୍ରଭାବୀ ବର୍ଣ୍ଣନାଯୁକ୍ତ ହୋଇଛି, ଯେଉଁଥିରେ ଏହି ପ୍ରଚାର ଅଭିଯାନର ମୂଳତତ୍ତ୍ୱକୁ ଧରି ରଖିବାର ପ୍ରଚେଷ୍ଟା କରାଯାଇଛି । କେଏଲ୍ ରାହୁଲଙ୍କୁ ମୂଳ ଚରିତ୍ର ଭାବରେ ନିଆଯାଇ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ର ଇଛାଶକ୍ତି ଏବଂ ନିଜର ଆକ୍ସନ ଜରିଆରେ ନିଜ ଚାରିପଟେ ଥିବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବାର ସାମର୍ଥ୍ୟ ଓ ଶକ୍ତିକୁ ପ୍ରତିଫଳିତ କରୁଛି ଏବଂ ଏହା ଦୁର୍ଲଭ ତଥା ବହୁମୂଲ୍ୟ ଧାତୁ - ପ୍ଲାଟିନମ୍ର ଗୁଣବତ୍ତାର ସଂଜ୍ଞା ନିର୍ଦ୍ଧାରଣ କରୁଥିବା ଅନନ୍ୟ ବୈଶିଷ୍ଟ୍ୟ ସହିତ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରୁଛି । ସାମର୍ଥ୍ୟ, ମଜଭୁତପଣ, ଶୁଦ୍ଧତା ଏବଂ ଦୃଢତାର ଏକ ପ୍ରତୀକ ହୋଇଥିବା ପ୍ଲାଟିନମ୍ ଏହିଭଳି ବ୍ୟକ୍ତିବିଶେଷଙ୍କ ପାଇଁ ସ୍ପଷ୍ଟ ବିକଳ୍ପ ହୋଇଛି ।
ପ୍ରଚାର ଅଭିଯାନ ସମ୍ପର୍କରେ ପ୍ରକାଶ କରି କେଏଲ୍ ରାହୁଲ କହିଛନ୍ତି, “ମେନ୍ ଅଫ ପ୍ଲାଟିନମ୍ସ୍ ଅଧୁନାତମ ପ୍ରଚାର ଅଭିଯାନର ଅଂଶବିଶେଷ ହେବାନେଇ ମୁଁ ଅତ୍ୟନ୍ତ କୃତଜ୍ଞ । ମୁଁ ବାସ୍ତବରେ ବିଶ୍ୱାସ କରେ ଯେ ସେହି ଚରିତ୍ରଟି ପ୍ରେରଣାର ଏକ ଉତ୍ସ, ବିଶେଷକରି ଯେତେବେଳେ ସେ କ୍ରିକେଟ ଖେଳୁଥାନ୍ତି । ଏଣୁ ତେଣୁ କଥା ଟିମ୍କୁ ପ୍ରେରଣା ଦେଇପାରିବନାହିଁ, ଯାହା ଆପଣଙ୍କ ନିଜର ଆକ୍ସନ ଏବଂ ଇଛାଶକ୍ତି ଦେଇପାରିବ! କେବଳ ଏକ ଖେଳରେ ଜିତିବା ଯଥେଷ୍ଟ ନୁହେଁ । ଏହା ସେହି ଆକ୍ସନଗୁଡିକ ସମ୍ପର୍କରେ ଗୁରୁତ୍ୱ ଦେଉଛି ଯାହା ପଡିଆ ବାହାରେ ମଧ୍ୟ ଆମର ଯାତ୍ରା, ଆମର ପରମ୍ପରାର କଥା କହିଥାଏ ।”“ମେନ୍ ଅଫ ପ୍ଲାଟଫର୍ମ ସହିତ ଏହି ସିଜନ୍ ଆରମ୍ଭ କରିବା ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ । ଚଳିତ ଥର ପାର୍ବଣ ସହିତ କ୍ରିକେଟ ସିଜନ ସମାନ ସମୟରେ ଚାଲିଛି । ଉପ ଅଧିନାୟକ କେଏଲ୍ ରାହୁଲ୍କ ସହିତ ଆମର ସହଭାଗିତାକୁ ଅଧିକ ସୁଦୃଢ କରି ଆମେ ଆନନ୍ଦିତ । ସେ ବାସ୍ତବରେ ମେନ୍ ଅଫ ପ୍ଲାଟିନମ୍ର ବିଶେଷତ୍ୱକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଏହି ପ୍ରଚାର ଅଭିଯାନ ସହିତ ଆମେ କ୍ରିକେଡ ପଡିଆରେ ସେହି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କ ଦ୍ୱାରା ପ୍ରଦର୍ଶିତ ସ୍ମରଣୀୟ ମୁହୂର୍ତ୍ତଗୁଡିକୁ ପାଳନ କରିବା ଲକ୍ଷ୍ୟ ରଖିଛୁ, ଯାହା ସର୍ବତ୍ର ପ୍ରେରଣାଦାୟକ ହେଉଛି । ଏହି ଅବସରକୁ ପୂର୍ଣ୍ଣ ଭାବରେ ଉପଯୋଗ କରିବା ସକାଶେ ଯାହା ନିତାନ୍ତ ଜରୁରୀ ତାହା ହେଉଛି ଏକ ବାସ୍ତବ ନେତୃତ୍ୱର ଧାରା ଏବଂ ଏହା ଏକ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ତତ୍ତୁଲ୍ୟ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥାଏ,” ବୋଲି ସୁଜଳା ମାର୍ଟିସ, ଡାଇରେକ୍ଟର- କଞ୍ଜୁମର ମାର୍କେଟିଂ, ପ୍ଲାଟିନମ୍ ଗିଲ୍ଡ ଇଣ୍ଟରନ୍ୟାସନାଲ- ଇଣ୍ଡିଆ କହିଛନ୍ତି ।
“ଜଟିଳତା ଏବଂ ଆହ୍ୱାନରେ ଭରପୂର ବିଶ୍ୱରେ ଏହିଭଳି ଖୁବ୍ କମ ବ୍ୟକ୍ତି ଅଛନ୍ତି ଯିଏ ନିର୍ବିକାର ରହିବା ସହିତ ଯାହା ସେମାନଙ୍କ ସମ୍ମୁଖକୁ ସ୍ୱାଭାବିକ ଭାବରେ ଆସୁଛି ତାକୁ ସେହିଭଳି ସାମ୍ନା କରିଥାନ୍ତି । ଆମେ ସେହିଭଳି ଚରିତ୍ର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଜଣାଉଛୁ ଯେଉଁମାନେ ସେମାନଙ୍କ ଚାରିପଟ ଦୁନିଆ ବଦଳିଗଲେ ମଧ୍ୟ ସେମାନଙ୍କ ଠାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନଥାଏ । ଏହି ବ୍ୟକ୍ତିବିଶେଷ ମୂଲ୍ୟବୋଧକୁ ନେଇ ଅଗ୍ରସର ହୁଅନ୍ତି ଏବଂ ତାହା କରିବା ଦ୍ୱାରା ସେମାନଙ୍କ କାର୍ଯ୍ୟକୁ ନିରୀକ୍ଷଣ କରୁଥିବା ଅନ୍ୟମାନେ ପ୍ରେରଣା ଲାଭ କରିଥାନ୍ତି । ସେମାନଙ୍କୁ ହିଁ ଆମେ ଆମ ପ୍ରଚାର ଅଭିଯାନରେ ସ୍ଥାନ ଦେଇଛୁ, ଯେଉଁମାନେ ପରିସ୍ଥିତିର ସାମ୍ନା କରି ଉପରକୁ ଉଠିବା ସହିତ ସେମାନେ ହାସଲ କରିଥିବା ପ୍ରତ୍ୟେକଟି ବିଷୟକୁ ନେଇ ପରିସ୍ଥିତିର ମୁକାବିଲା କରନ୍ତି,” ବୋଲି ତେଞ୍ଜିନ୍ ୱାଙ୍ଗଡି, କ୍ରିଏଟିଭ ଡାଇରେକ୍ଟର, ଫେମସ୍ ଇନୋଭେସନ୍ସ୍ କହିଛନ୍ତି ।
ଏହି ପ୍ରଚାର ଅଭିଯାନର ଅଂଶସ୍ୱରୂପ ମେନ୍ ଅଫ ପ୍ଲାଟିନମ୍ ମଧ୍ୟ ଏକାଧିକ ସ୍ୱତନ୍ତ୍ର ଗ୍ରାହକ ପ୍ରତିଯୋଗିତା ଆୟୋଜନ କରିବ, ଯନ୍ମଧ୍ୟରେ ଗୋଟିଏ ଦ୍ୱନ୍ଦ୍ୱ ଉପରେ ଆଧାରିତ ହେବ ଏବଂ କଡା ମୁକାବିଲାମୂଳକ ପରିସ୍ଥିତିରେ ପଡିଥିବାବେଳେ ଦର୍ଶକଙ୍କୁ ସେମାନଙ୍କର ପସନ୍ଦ ସମ୍ପର୍କରେ ପଚାରିବ ଏବଂ ଅନ୍ୟଟି ଖେଳ ସମୟରେ ପଡିଆରେ ‘ମୋମେଣ୍ଟ ଅଫ କ୍ୟାରେକ୍ଟର’ ଭାବରେ ଉଭା ହେଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଦର୍ଶକଙ୍କୁ କହିବ । ଭାଗ୍ୟଶାଳୀ ବିଜେତା ମ୍ୟାନ୍ ଅଫ ପ୍ଲାଟିନମ୍ ‘ନିଜେ କେଏଲ୍ ରାହୁଲ’ଙ୍କ ସ୍ୱାକ୍ଷର ଥିବା ଜର୍ଶି ଜିତିବାର ସୁଯୋଗ ପାଇପାରିବେ । ଏହି ଉଭୟ ପ୍ରତିଯୋଗିତା ବ୍ରାଣ୍ଡ୍ର ସାମାଜିକ ଗଣମାଧ୍ୟମ ପେଜ୍ରେ ସିଧା ପ୍ରସାରିତ ହେବ ।
ଅଧୁନାତମ କଲେକ୍ସନ ସାରା ଭାରତରେ ସମସ୍ତ ପ୍ରମୁଖ ରିଟେଲ୍ ଷ୍ଟୋରଗୁଡିକରେ ଉପଲବ୍ଧ ହେଉଛି । ଅଧିକ ସୂଚନା ନିମନ୍ତେ ଦୟାପୂର୍ବକ ଦେଖନ୍ତୁ www.menofplatinum.com
ରାଜ୍ୟ
ମେନ୍ ଅଫ ପ୍ଲାଟିନମ୍ କ୍ରିକେଟ ତାରକା କେଏଲ୍ ରାହୁଲଙ୍କ ସହିତ ସହଯୋଗିତାକୁ ସୁଦୃଢ କଲା
- Hits: 316