ହେଡଲାଇନସ୍:

ପଦମ୍‌ପୁର ବିଧାନସଭା ଆସନ ଖାଲି ହେବା ନେଇ ବିଜ୍ଞପ୍ତି ଜାରି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର,: ରାଜ୍ୟ ବିଧାନସଭାର ବରଗଡ଼ ଜିଲ୍ଲାର ୦୧-ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରୁ ଷୋଡ଼ଶ ବିଧାନସଭାକୁ ନିର୍ବାଚିତ ଆସୀନ ସଦସ୍ୟ ବିଜୟ ରଞ୍ଜନ ସିଂ ବରିହାଙ୍କର ଚଳିତ ମାସ ୩ ତାରିଖ (ସୋମବାର) ଦିନ ପରଲୋକ ଘଟିଛି । ତାଙ୍କ ବିୟୋଗରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ମର୍ମରେ ତାଙ୍କ ବିୟୋଗରେ ଓଡ଼ିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ତଥା ସଚିବ ଶ୍ରୀ ଦାଶରଥି ଶତପଥୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ଓଡ଼ିଶା ଗେଜେଟ୍‌ର ପ୍ରକାଶିତ ହୋଇଛି । ବିଧାନସଭା ପକ୍ଷରୁ ଜାରି ବିଜ୍ଞପ୍ତିର ନକଲ ମୁଖ୍ୟ ନିର୍ବାଚନ ଆୟୁକ୍ତ, ନୂଆଦିଲ୍ଲୀ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା, ସମସ୍ତ ବିଧାୟକ/ସାଂସଦ, ଲୋକସଭା ଏବଂ ରାଜ୍ୟସଭାର ମହାସଚିବ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଏବଂ ଏଥି ସଂପୃକ୍ତ ସମସ୍ତଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି ।

0
0
0
s2sdefault