ଖଇରା (ବୁଲୁ ଲେଙ୍କା): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଅଧିନ ନାଖପଦା ଗାଁରେ ହଇଜା ରୋଗ ଆତଙ୍କ।ହଇଜା ରୋଗରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନାଖପଦା ଗାଁର ମଦନ ବେହେରା ଏବଂ ଶଙ୍କର୍ଷଣ ବେହେରାଙ୍କ ଦୁଇ ପରିବାରର ୬ଜଣ ସଦସ୍ୟଙ୍କ ସମେତ ତାଙ୍କ ଘରକୁ ଆସିଥିବା ଜଣେ ୬୨ ବର୍ଷୀୟା ସମ୍ପର୍କୀୟ ମହିଳାଙ୍କୁ ୪ଦିନ ତଳେ ଝାଡ଼ା,ବାନ୍ତି ହୋଇଥିଲା। ସେମାନେ ପାଖ ଔଷଧ ଦୋକାନରୁ ଔଷଧ ଆଣି ଖାଇଥିଲେ ମଧ୍ୟ ଝାଡ଼ା ବାନ୍ତି କମିନଥିଲା। ସମ୍ପର୍କୀୟ ମହିଳାଙ୍କ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଥିଲେ।ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।ପରେ ସ୍ଥାନୀୟ ଲୋକେ ଖଇରା ମେଡିକାଲକୁ ଖବର ଦେଇଥିଲେ।ଖବର ପାଇ ଗାଁରେ ୫ଜଣିଆ ମେଡିକାଲ ଟିମ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ହଇଜା ରୋଗରେ ଆକ୍ରାନ୍ତ ଥିବା ୬ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଇରା ମେଡିକାଲରେ ଭର୍ତ୍ତି କରାଯିବା ସହିତ ଗାଁରେ ଏହା ନବ୍ୟାପିବା ପାଇଁ ସଚେତନ କରାଇଛନ୍ତି | ଏହାସହିତ ଗ୍ରାମବାସୀଙ୍କୁ ଵ୍ଲିଚିଂ ପାଉଡର,କ୍ଲୋରୁକୋଇନ ଟେବ୍ଲଟ,ଓଆରଏସ ପାଉଡର ସମେତ ଔଷଧ ବଣ୍ଟନ କରିଥିଲେ। ମୃତ ସମ୍ପର୍କୀୟ ମହିଳାଙ୍କ ଘର ଉକ୍ତ ବ୍ଲକ ମହତୀପୁର ପଞ୍ଚାୟତ ଗନ୍ଧାଳି ଗାଁରେ ହୋଇଥିବା ବେଳେ ସେ ଦୁର୍ଗାପୂଜା ପାଇଁ ତାଙ୍କ ସମ୍ପର୍କୀୟ ଘରକୁ ବୁଲିବାକୁ ଆସିଥିଲେ।
ରାଜ୍ୟ
ଖଇରା ବ୍ଲକ ନାଖପଦା ଗାଁରେ ହଇଜା ରୋଗ ଆତଙ୍କ।
- Hits: 245