ହେଡଲାଇନସ୍:

ବିଭିନ୍ନ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ବିଜେଡି ପର୍ଯ୍ୟବେକ୍ଷକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବବିଙ୍କ ହାତରେ କେନ୍ଦୁଝର ମୟୁରଭଞ୍ଜ ଓ ରାଜାଙ୍କ ହାତରେ ପୁରୀ

  • ଅତନୁଙ୍କୁ ଗଜପତି-ରାୟଗଡା ଓ ଅରୁଣଙ୍କୁ ଜଗତସିଂହପୁର

ଭୁବନେଶ୍ୱର :  ବିଭିନ୍ନ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ବିଜେଡି ପର୍ଯ୍ୟବେକ୍ଷକ | ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସନ୍ତକରେ ବାହାରିଛି ଆଜି ବିଜ୍ଞପ୍ତି | ସଂଗଠନ ସମ୍ପାଦକ ଶ୍ରୀ ଦାସଙ୍କ ହାତରେ ପୂର୍ବ ଭଳି  କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ମନ୍ତ୍ରୀ ରାଜା ସ୍ୱାଇଁଙ୍କୁ ଦିଆଯାଇଛି ପୁରୀ ଜିଲ୍ଲା ଦାୟିତ୍ୱ | ସେହିପରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାଜ୍ୟଗଡ ଜିଲ୍ଲା ଦାୟିତ୍ୱ ମିଳିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁଙ୍କୁ ଦିଆଯାଇଛି ଜଗତସିଂହପୁର ଜିଲ୍ଲା ଦାୟିତ୍ୱ | ସେହିପରି  ପ୍ରଶାନ୍ତ ମୁଦୁଲିଙ୍କ ଅନୁଗୋଲ, ପ୍ରତାପ ଦେବଙ୍କୁ ବାଲେଶ୍ୱର, ସୁଧୀର ସାମଲଙ୍କୁ ବରଗଡ଼, ପ୍ରଣବ ବଳବନ୍ତରାୟଙ୍କୁ ଭଦ୍ରକ, ସୁଶାନ୍ତ ସିଂହକୁ ବଲାଙ୍ଗୀର ଓ ଦେଓଗଡ, ବିଜୟ ନାୟକଙ୍କୁ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି | ଉଷା ଦେବୀଙ୍କୁ କଟକ, ପ୍ରମିଳା ମଲ୍ଲିକଙ୍କୁ ଢେଙ୍କାନାଳ ଓ ଖୋର୍ଦ୍ଧା, ପ୍ରଫୁଲ୍ଲ ମଲ୍ଲିକଙ୍କୁ କେନ୍ଦ୍ରାପଡା, ଦିବ୍ୟଶଙ୍କରଙ୍କୁ କୋରାପୁଟ-,ମାଲକାନଗିରି, ଈଶ୍ୱର ପାଣିଗ୍ରାହୀଙ୍କୁ ନବରଙ୍ଗପୁର ଓ ପଦ୍ମନାଭ ବେହେରାଙ୍କୁ ନୟାଗଡ ଦାୟିତ୍ୱ ପ୍ରଦାନ କରାଯାଇଛି | ଟୁକୁନି ସାହୁଙ୍କୁ ନୂଆପଡା, ନଳିନୀ ପ୍ରଧାନଙ୍କୁ ସମ୍ବଲପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରିତିରଞ୍ଜନ ଘଡ଼ାଇଙ୍କୁ ସୁନ୍ଦରଗଡର ପର୍ଯ୍ୟବେକ୍ଷକ ଭାବେ ଅପରିବର୍ତ୍ତିତ ରଖାଯାଇଛି | ନବ ଦାସଙ୍କୁ କଳାହାଣ୍ଡି, ପ୍ରଦୀପ ଅମାତଙ୍କୁ ଗଂଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ, ଅଶୋକ ପଣ୍ଡାଙ୍କୁ ଯାଜପୁର, ସାରଦା ନାୟକଙ୍କୁ ଝାରସୁଗୁଡା ଓ ରୋହିତ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି | 

0
0
0
s2sdefault