ହେଡଲାଇନସ୍:

ରସାୟନ ବିଜ୍ଞାନରେ ନୋବେଲ : ମିଳିତ ଭାବେ ପାଇବେ ତିନି ବୈଜ୍ଞାନିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦ୍ଵିତୀୟ ନୋବେଲ ପୁରସ୍କାର ପାଇବାରେ ଶାରପ୍ଲେସ୍ ହେବେ ପଞ୍ଚମ ବ୍ୟକ୍ତି

ଷ୍ଟକହୋମ: ବର୍ଷ ୨୦୧୨ ପାଇଁ ରସାୟନ ବିଜ୍ଞାନରେ ନୋବେଲ ମିଳିତ ଭାବେ ପାଇବେ ତିନି ବୈଜ୍ଞାନିକ | ଆମେରିକା ଏବଂ ଡେନମାର୍କର ତିନିଜଣ ରସାୟନ ବିଜ୍ଞାନୀଙ୍କୁ ଏହି ସର୍ବୋଚ୍ଚ ପୁରସ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୁଧବାର ଦିନ ଘୋଷଣା କରାଯାଇଛି | ଡେନମାର୍କର ମୋର୍ଟେନ ମେଲଡାଲଙ୍କ ସହ ଆମେରିକୀୟ କାରୋଲିନ ବର୍ଟୋଜି ଏବଂ ବ୍ୟାରି ଶାରପ୍ଲେସ୍ ଙ୍କୁ "କ୍ଲିକ୍ କେମିଷ୍ଟ୍ରି ଏବଂ ବାୟୋର୍ଥୋଗୋନାଲ କେମେଷ୍ଟ୍ରି" ର ବିକାଶ ପାଇଁ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ନୋବେଲ ବିଚାରକ ମଣ୍ଡଳୀ ମତବ୍ୟକ୍ତ କରିଛନ୍ତି | ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ପୁରସ୍କାରର ମୂଲ୍ୟ ପ୍ରାୟ 915,072 ଡଲାର ଅଟେ।
ସୂଚନାଯୋଗ୍ୟ ଯେ ଦୁଇଟି ନୋବେଲ ପୁରସ୍କାର ପାଇବାରେ ବ୍ୟାରି ଶାରପ୍ଲେସ୍ ହେଉଛନ୍ତି ପଞ୍ଚମ ବ୍ୟକ୍ତି | ପୂର୍ବରୁ ଜନ୍ ବର୍ଡେନ, ମାରି ସ୍କୋଡୋସ୍କା କ୍ୟୁରି, ଲିନସ୍ ପାଉଲିଙ୍ଗ ଏବଂ ଫ୍ରେଡେରିକ୍ ସେଙ୍ଗର ଦୁଇ ଦୁଇ ଥର ନୋବେଲ ପୁରସ୍କାର ପାଇବାର ଗୌରବ ହାସଲ କରିଛନ୍ତି |

0
0
0
s2sdefault