ହେଡଲାଇନସ୍:

ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସରଳାଦେବୀଙ୍କ ଶ୍ରାଦ୍ଧଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ରାଜନୀତିଜ୍ଞ, ଲେଖିକା ସରଳାଦେବୀଙ୍କ ୩୨ ତମ ଶ୍ରାଦ୍ଧବାର୍ଷିକୀ ଜଗତସିଂହପୁର ଜିଲ୍ଲାପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଅଛି l ସେ ପ୍ରଥମ ଓଡ଼ିଆ ମହିଳା ଯିଏ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ l ସରଳାଦେବୀ ପ୍ରଥମ ମହିଳା ବିଧାୟିକା ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ l ସେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଥିଲେ l ଆଜି ତାଙ୍କ ପୁର୍ଣ୍ୟ ତିଥିରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ସର୍କିଟ ହାଉସଠାରେ ସରଳାଦେବୀ କଲ୍ୟାଣମଣ୍ଡପ ନିକଟରେ ଥିବା ସରଳାଦେବୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ପୌରପରିଷଦ ବରିଷ୍ଠ ସହାୟକ ଶ୍ରୀ ଦୀପକ ପଟ୍ଟନାୟକ ପୌର କର୍ମଚାରୀମାନେ ଉପସ୍ଥିତ ରହି ସରଳାଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l

0
0
0
s2sdefault