ହେଡଲାଇନସ୍:

ଓଡ଼ିଶାର ପ୍ରଥମ ଭାବେ ମୟୂରଭଞ୍ଜ ଜିଲ୍ଲାର ଦୁର୍ଗମ ପାହାଡ଼ପୁର ଗ୍ରାମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ବ୍ୟବହାର ଅନୁଭୂତି ହାସଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

~ ଭାରତୀୟ ମୋବାଇଲ୍ କଂଗ୍ରେସ ପରିସରରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହେଲେ ପାହାଡ଼ପୁରର ଏସ୍‌ଏଲଏସ୍ ମେମୋରିଆଲ ରେସିଡେନ୍‌ସିଆଲ୍ ସ୍କୁଲର ଛାତ୍ରଛାତ୍ରୀ

ପାହାଡ଼ପୁର/ ରାଇରଙ୍ଗପୁର/ ଭୁବନେଶ୍ୱର: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଥିବା ଦୁର୍ଗମ ଗ୍ରାମ ପାହାଡ଼ପୁରର ଏସଏଲ୍‌ଏସ୍ ମେମୋରିଆଲ ରେସିଡେନ୍ସିଆଲ୍ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ତେବାସୀମାନଙ୍କ ପାଇଁ ଆଜି ଥିଲା ବାସ୍ତବରେ ଏକ ସ୍ମରଣୀୟ ମୁହୂର୍ତ ଏବଂ ଏକ ଜୀବନବ୍ୟାପୀ ଅନନ୍ୟ ଅନୁଭୂତି, କାରଣ ସେମାନେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ଦ୍ୱାରା ପରିଚାଳିତ ଶିକ୍ଷା ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ଲାଇଭ୍ ପ୍ରଦର୍ଶନ ଅଧିବେଶନର ଅଂଶ ଗ୍ରହଣ କରିଛନ୍ତି । ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରର ଏସ୍‌ଏଲ୍‌ଏସ୍ ମେମୋରିଆଲ୍ ରେସିଡେନ୍‌ସିଆଲ୍ ସ୍କୁଲ ଓଡ଼ିଶାର ପ୍ରଥମ ସ୍ଥାନ ତଥା ପ୍ରଥମ ସ୍କୁଲ ଭାବେ ହାଇ ସ୍ପିଡ୍ ୫ଜି ପ୍ରଯୁକ୍ତିର ରୂପାନ୍ତରଣ ଅନୁଭୂତି ହାସଲ କରିଛି ଏବଂ ଶିକ୍ଷା କ୍ଷେତ୍ରରେ ସଫଳ ଲାଇଭ୍ ୫ଜି ପ୍ରୟୋଗର ପ୍ରଦର୍ଶନରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିଛି । ଜିଓ ୫ଜି ନେଟୱର୍କ ଜରିଆରେ ଛାତ୍ରଛାତ୍ରୀମାନେ ମୁମ୍ବାଇର ଧୀରୁଭାଇ ଅମ୍ବାନି ଇଂଟରନ୍ୟାସନାଲ ସ୍କୁଲ ଦ୍ୱାରା ପରିଚାଳିତ ହୋଇଥିବା ଏକ ଲାଇଭ୍ ପାଠପଢ଼ା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ଏଥି ସହିତ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସ ପରିସରରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଓ ଅନ୍ୟ ଅତିଥିମାନଙ୍କ ସହ ଛାତ୍ରଛାତ୍ରୀମାନେ ଜିଓ ୫ଜି ନେଟ୍‌ୱର୍କ ଜରିଆରେ ଯୋଡ଼ି ହୋଇଥିଲେ । ଏଥି ସହିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ଯଶୀପୁର ବିଧାୟକ ରାମ ସିଂହ ଖୁଂଟିଆ, ଭାରତ ସରକାରଙ୍କ ଟେଲିକମ୍ ବିଭାଗର ବରିଷ୍ଠ ଡିଡିଜି ବିଜୟ କୁମାର ନାୟକ, ରିଲାଏନ୍ସ ଜିଓର ଓଡ଼ିଶା ମୁଖ୍ୟ ପ୍ରଦୀପ ରାଉତ, ସ୍କୁଲର ପ୍ରିନ୍‌ସିପାଲ୍ ଜନ୍ମେଜୟ ଗିରିଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ତଥା ସ୍ଥାନୀୟ ଲୋକ ସ୍କୁଲରେ ଅନୁଷ୍ଠିତ ଏହି ଐତିହାସିକ ମୁହୂର୍ତକୁ ଦେଖିଥିଲେ ।
ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଉଦଘାଟନୀ ଅଧିବେଶନରେ ନିଜ ବକ୍ତବ୍ୟ ରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଥିଲେ ଯେ ୫ଜି ସହିତ ଭାରତ ସବ୍‌କା ଡିଜିଟାଲ୍ ସାଥ୍ ଓ ସବ୍‌କା ଡିଜିଟାଲ୍ ବିକାଶ ଦିଗରେ ଦୀର୍ଘ ଓ ଦ୍ରୁତ ଗତିରେ ଆଗକୁ ବଢ଼ିବ । ଯଦିଓ ଭାରତରେ ୫ଜି ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଛି ତେବେ ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହେଁ ଯେ ଭାରତର କୋଣ ଅନୁକୋଣରେ ୫ଜି ସେବା ପହଂଚାଇବାରେ ଭାରତ ପ୍ରଥମ ହେବ । ଏକ ଶିଳ୍ପ ଭାବେ ଆମେ ସୁନିଶ୍ଚିତ କରୁଛୁ ଯେ ବିଶ୍ୱର ଅନ୍ୟ ଯେକୌଣସି ଦେଶ ତୁଳନାରେ ଆମେ ଉଚ୍ଚ ଗୁଣାତ୍ମକ ମାନ ଓ ସବୁଠୁ ସୁଲଭ ମୂଲ୍ୟରେ ସେବା ପ୍ରଦାନ କରିବୁ । ୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତି ସହର ଓ ପ୍ରତି ତହସିଲରେ ୫ଜି ପ୍ରଦାନ କରିବା ଲାଗି ଜିଓର ପ୍ରତିବଦ୍ଧତାକୁ ମୁଁ ଦୋହରାଇବାକୁ ଚାହୁଛି । ଜିଓ ୫ଜିର ଅଧିକାଂଶ ବ୍ୟବସ୍ଥା ଭାରତରେ ବିକାଶରେ ବିକାଶ କରାଯାଇଛି, ତେଣୁ ସେଥିରେ ଆତ୍ମନିର୍ଭର ଭାରତର ଛାପ ରହିଛି ।’’
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଉଭୟ ସର୍ବାଧିକ ସଂଖ୍ୟକ ଗ୍ରାହକ ସମେତ ସର୍ବାଧିକ ରାଜସ୍ୱ ବଜାର ଅଂଶ ସହ ଜିଓ ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇରହିଛି । ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ୪୧.୬୧% ଗ୍ରାହକ ବଜାର ଅଂଶ ଏବଂ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱରେ ୫୨% ରୁ ଅଧିକ ବଜାର ଅଂଶ ସହ ଜିଓ ଅଗ୍ରଣୀ ରହିଛି । ଜିଓର ସର୍ବବୃହତ ଟ୍ରୁ-୪ଜି ନେଟ୍‌ୱର୍କ, ଯୋଗାଯୋଗ ହୋଇପାରିନଥିବା ଅଂଚଳକୁ ଦ୍ରୁତ ନେଟ୍‌ୱର୍କ ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସାରା ରାଜ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଟଂରନେଟ୍ ସଂଯୋଗ ଦ୍ୱାରା ତାହା ଆହୁରି ତ୍ୱରାନ୍ୱିତ ହୋଇପାରିଛି ।
ସର୍ବବୃହତ ୪ଜି ନେଟ୍‌ୱର୍କ ସହିତ ଜିଓ ଓଡ଼ିଶାରେ ନିୟୁତାଧିକ ଆନନ୍ଦିତ ଗ୍ରାହକଙ୍କୁ ଶ୍ରେଷ୍ଠ ଡିଜିଟାଲ୍ ଅନୁଭୂତି ପ୍ରଦାନ କରୁଥିବା ବେଳେ ରଜ୍ୟରେ ଶୀଘ୍ର ଟ୍ରୁ-୫ଜି ସେବା ଆରମ୍ଭ କରିବା ଲାଗି ପ୍ରସ୍ତୁତ ହେଉଛି । ସଦ୍ୟତମ ସ୍ପେକ୍ଟ୍ରମ୍ ନିଲାମରେ ଜିଓ ଓଡ଼ିଶା ସମେତ ଦେଶର ସମସ୍ତ ୨୨ ଟେଲିକମ୍ ସର୍କଲ୍‌ରେ ସର୍ବାଧିକ ସ୍ପେକ୍ଟ୍ରମ୍ ହାସଲ କରିବା ସହିତ ଏକମାତ୍ର ଟେଲିକମ୍ ଅପରେଟର ଭାବେ ୫ଜି ପାଇଁ ଶ୍ରେଷ୍ଠ ବିଚାର କରାଯାଉଥିବା ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ କିଣିଛି । ଜିଓର ୫ଜି ସମାଧାନ ହେଉଛି

0
0
0
s2sdefault